ଚାମ୍ପିଅନ୍ସ ଟ୍ରଫିରେ ରୋହିତ ଶର୍ମା ଦଳର ଅଧିନାୟକ
ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ରୋହିତ ଶର୍ମା ଦଳର ଅଧିନାୟକ ଥିବା ବେଳେ ଶୁଭମନ ଗିଲ ଉପଅଧିନାୟକ ରହିଛନ୍ତି । ପ୍ରଥମଥର ପାଇଁ ଶୁଭମନ ଗିଲ ଉପଅଧିନାୟକ ହେବେ । ଫେବ୍ରୁଆରୀ ୨୩ରେ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଫେବ୍ରୁଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ମାର୍ଚ୍ଚ ୯ର ଫାଇନାଲ୍ ମ୍ୟାଚ ଖେଳାଯିବ ।
ଚାମ୍ପିଅନ୍ସ ଟ୍ରଫି ଲାଗି ଘୋଷିତ ୧୫ ଜଣିଆ ଟିମରେ ବିରାଟ କୋହଲି, କୁଲଦୀପ ଯାଦବ, ଋଷଭ ପନ୍ତ, ଜୟସ୍ୱାଲ, ରବୀନ୍ଦ୍ର ଜାଡେଜା, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱଶିଂଟନ୍ ସୁନ୍ଦର, ମହମ୍ମଦ ସାମି, ଅର୍ଶଦୀପ ସିଂ, ଯଶ୍ୱସୀ ଜୟସ୍ୱାଲ ରହିଛନ୍ତି । ୧୫ ମାସ ପରେ ଦଳକୁ ଫେରିଛନ୍ତି ପେସ୍ ବୋଲର ମହମ୍ମଦ ସାମି।