ଶ୍ରୀଲଙ୍କା ୪୧ ରନ୍ରେ ପରାସ୍ତ
କଲମ୍ବୋ: ଭାରତ ରୋମାଞ୍ଚକ ଭାବେ ଶ୍ରୀଲଙ୍କାକୁ ୪୧ ରନ୍ରେ ପରାସ୍ତ କରିଛି । ଭାରତ ୨୧୩ ରନ୍ର ମାମୁଲି ସ୍କୋର୍ କରିଥିଲା। ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପାଳି ଆରମ୍ଭ କରି ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ବିଶେଷ କରି ରୋହିତ ଶର୍ମା ଆକ୍ରମଣାତ୍ମକ ଖେଳିଥିଲେ । ଉଭୟ ପ୍ରଥମ ପାୱାର ପ୍ଲେ ୧୦ ଓଭରରେ ଭାରତ ବିନା କ୍ଷତିରେ ୬୫ ରନ୍ ସଂଗ୍ରହ କରିଥିଲା। ପରେ ଗୋଟେ ପଟେ ଗୋଟେ ଉଇକେଟ ପଡିବାରୁ ଭାରତ ବଡ଼ ସ୍କୋର କରିପାରିନଥିଲା । ଶ୍ରୀଲଙ୍କା ୯୯/୬ରେ ସଂଘର୍ଷ କରିଥିବାବେଳେ ଧନଞ୍ଜୟ ଡି’ସିଲଭା ଓ ଦିମୁଥ ୱେଲାଲଗେ ସପ୍ତମ ୱିକେଟ୍ ପାଇଁ ୬୩ ରନ୍ ଭାଗୀଦାରି ବିଜୟ ଆଶା ଉଜ୍ଜୀବିତ କରିଥିଲେ। ଡି’ସିଲଭାଙ୍କୁ ଆଉଟ୍ କରି ଜାଦେଜା ଏହି ଭାଗୀଦାରି ଭାଙ୍ଗିବା ପରେ ଭାରତ ବିଜୟ ମୁହାଁ ହୋଇଥିଲା। ଶ୍ରୀଲଙ୍କା ପାଳି ୪୧.୩ ଓଭରରେ ୧୭୨ ରନ୍ରେ ଶେଷ ହୋଇଯାଇଥିଲା। କୁଲଦୀପ ୪ ୱିକେଟ୍ ନେଇଥିବାବେଳେ ବୁମରା-ଜାଦେଜା ୨-୨ ଏବଂ ହାର୍ଦିକ-ସିରାଜ ୧-୧ ୱିକେଟ୍ ନେଇଥିଲେ। ଅଲ୍ ରାଉଣ୍ଡ୍ ପ୍ରଦର୍ଶନ କରିଥିବା ଯୁବ ଖେଳାଳି ଦିମୁଥ ୱେଲାଲଗେ ୫ ଉଇକେଟ ନେଇଥିବାରୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।