ପନ୍ତ ଟେଷ୍ଟରେ ପଞ୍ଚମ ସ୍ଥାନକୁ ଡେଇଁଲେ

ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାର ସମାପ୍ତି ପରେ ୱିକେଟ୍‌ରକ୍ଷକ ଋଷଭ ପନ୍ତଙ୍କୁ ମିଳିଛି ବଡ଼ ସଫଳତା । ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍‌ର ପ୍ରଥମ ପାଳିରେ ୧୪୬ ଏବଂ ଦ୍ବିତୀୟ ପାଳିରେ ୫୭ ରନ୍‌ କରିଥିବା ପନ୍ତ୍‌ ବୁଧବାର ପ୍ରକାଶିତ ବ୍ୟାଟର୍‌ଙ୍କ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛନ୍ତି।

ପନ୍ତ୍‌ ତାଙ୍କର ଶେଷ ୬ ଟେଷ୍ଟ୍‌ ପାଳିରେ ୨ ଶତକ ଓ ୩ ଅର୍ଦ୍ଧଶତକ ଜମାଇ 801 ପଏଣ୍ଟ ପାଇଛନ୍ତି । ତାଙ୍କ ଉପରେ 4ରେ ରହିଛନ୍ତି ପାକିସ୍ତାନର ବାବର ଆଜମ । ଜୋ ରୁଟ 923 ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ଅଛନ୍ତି । ରୋହିତ ଶର୍ମା ରାକିଙ୍ଗର 9ମ ସ୍ଥାନରେ ଅଛନ୍ତି । 10 ଭିତରେ ବିରାଟ ନାହାଁନ୍ତି ।