Sports ଚେନ୍ନାଇକୁ ୩ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ Last updated Apr 12, 2023 ଆଇପିଏଲ ୨୦୨୩ର ୧୭ତମ ମ୍ୟାଚରେ ଚେନ୍ନାଇକୁ ୩ରନ୍ରେ ପରାସ୍ତ କରିିଛି ରାଜସ୍ଥାନ । ଶେଷ ଓଭରରେ ୨୧ ରନ ଦରକାର ଥିବା ବେଳେ ଧୋନି , ଜାଡେଜା ବ୍ୟାଟିଂ କରୁଥିଲେ ବି 3 ରନରେ ଦଳ ପରାସ୍ତ ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୫ରନ କରିଥିଲା । ଦଳ ପକ୍ଷରୁ ଜସ୍ ବଟଲର ସର୍ବାଧିକ ୫୨ରନ କରିଥିଲେ । ସେହିପରି ଦେବଦତ୍ତ ପଡିକଲ୍ଲ ୩୮ରନ କରିଥିଲେ । ଦ୍ବିତୀୟ ପାଳିରେ ଚେନ୍ନାଇ ୧୭୬ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୬ ୱିକେଟ ହରାଇ ୧୭୨ ରନ୍ କରି ପରାସ୍ତ ହୋଇଛି । ଚେନ୍ନାଇ ପକ୍ଷରୁ ଡେଭନ୍ କନୱେ ୫୦ ରନ୍ କରିଥିବା ବେଳେ ଅଜିଙ୍କ୍ୟା ରାହାଣେ ୩୧ ରନ୍ କରିଥିଲେ । ଶେଷରେ ଜାଡେଜା ୧୫ ବଲରେ ୨୫ ରନ୍ ଓ ଧୋନୀ ୧୭ ବଲରେ ୩୨ ରନ୍ କରିଥିଲେ ସୁଧା ଚେନ୍ନାଇକୁ ଜିତାଇପାରିନଥିଲେ । Share