Sports ଚେନ୍ନାଇ ୭ ୱିକେଟରେ ମୁମ୍ବାଇକୁ ହରାଇଲା On Apr 9, 2023 ଚେନ୍ନାଇ ସୁପର କିଙ୍ଗ୍ସ ୭ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ମୁମ୍ବାଇ ଇଣ୍ଡିଆନ୍ସର ୧୫୮ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୮.୧ ଓଭରରେ ପୁରା କରିଛି। ଋତୁରାଜ ଓ ଅଜିଙ୍କ୍ୟା ୭୫ ରନର ଭାଗିଦାରୀ କରିଥିଲେ। ଅଜିଙ୍କ୍ୟ ବ୍ୟକ୍ତିଗତ ଭାବେ ୬୧ ରନ କରିଥିବାବେଳେ ପିୟୁସ ଚାୱାଲାଙ୍କ ଏକ ବଲକୁ ବୁଝି ନପାରି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। ଶିଭମ ଦୁବେ ଆସି ୨୮ ରନ କରିଥିବାବେଳେ କୁମାର କାର୍ତ୍ତିକେୟଙ୍କ ବଲରେ ଆଉଟ ହୋଇଥିଲେ। ଅମ୍ଭାତି ରାୟୁଡୁ ୨୦ ରନ କରିଥିବାବେଳେ ଋତୁରାଜ ଶେଷ ପର୍ଯ୍ୟନ୍ତ ରହି ୪୦ ରନ୍ କରି ଜିତାଇଥିଲେ। ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ , ରୋହିତ ୨୧ରନ ଓ ଇଶାନ କିଷନ ୩୮ ରନ କରି ଆଉଟ ହୋଇଥିଲେ । ତେବେ ଦଳର ମଧ୍ୟକ୍ରମ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲା । କାମେରନ ଗ୍ରୀନ ୧୨ ରନ ଓ ସୂର୍ଯ୍ୟକୁମାର ଯାଦବ ୧ ରନ କରି ଆଉଟ ହୋଇଥିଲେ । ତିଲକ ବର୍ମାଙ୍କ ୨୨ରନ, ଟିମ ଡେଭିଡଙ୍କ ୩୧ ରନ ଓ ହ୍ରିତିକ୍ ସୋକିନଙ୍କ ୧୮ରନ ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୭ ରନ କରିଥିଲା । Share