କ୍ବାଲିଫାୟର-୧ରେ ଖେଳିବ ପଞ୍ଜାବ
ପଞ୍ଜାବ କିଙ୍ଗ୍ସ ପଏଣ୍ଟ୍ ଟେବୁଲ୍ ଶୀର୍ଷକୁ ଉଠିଥିବାରୁ କ୍ବାଲିଫାୟର-୧ରେ ଖେଳିବ । ଗୁରୁବାର କ୍ବାଲିଫାୟାର୍-୧ ଖେଳାଯିବ । ଗତକାଲି ପରାଜୟ ସହ ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିଛି । ଗତକାଲି ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୧୮୪ ରନ୍ କରିଥିଲା । ୧୮୫ ରନ୍ର ଲକ୍ଷ୍ୟକୁ ହାସଲ କରି ନେଇଥିଲା ପଞ୍ଜାବ କିଙ୍ଗ୍ସ । ଯୁବ ତାରକା ପ୍ରିୟାଂଶ ଆର୍ଯ୍ୟ (୩୫ ବଲ୍ରୁ ୬୨ ରନ୍) ଏବଂ ଜୋସ୍ ଇଙ୍ଗ୍ଲିସ୍ (୪୨ ବଲ୍ରୁ ୭୩ ରନ୍)ଙ୍କ ଅର୍ଦ୍ଧଶତକ ପାଳି ପଞ୍ଜାବ ପାଇଁ ଯଥେଷ୍ଟ ହୋଇଥିଲା। ମଙ୍ଗଳବାର ଶେଷ ଲିଗ୍ରେ ଆର୍ସିବି-ଏଲ୍ଏସ୍ଜି ମୁହାଁମୁହିଁ ହେବେ। ଆର୍ସିବି ବିଜୟୀ ହେଲେ ପଞ୍ଜାବକୁ କ୍ବାଲିଫାୟାର୍-୧ରେ ଭେଟିବ। ହାରିଗଲେ ମୁମ୍ବାଇ ଇଣ୍ଡିଆନ୍ସ ସହ ଶୁକ୍ରବାର ଏଲିମିନେଟ୍ର ଖେଳିବ। ଦ୍ବିତୀୟ କ୍ବାଲିଫାୟାର୍ ରବିବାର ଖେଳାଯିବା ପରେ ଜୁନ୍ ୩ ତାରିଖରେ ଫାଇନାଲ୍ ଖେଳାଯିବ।