ଏସୀୟ ସ୍କ୍ୱାଶ୍ ମିକ୍ସଡ ଡବଲ୍ସ ଦଳର ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ବିଜେତା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ସ୍କ୍ୱାଶ୍ ମିକ୍ସଡ ଡବଲ୍ସ ଦଳର ସ୍ୱର୍ଣ୍ଣପଦକ ବିଜେତା ସଦସ୍ୟ ଦୀପିକା ପଲ୍ଲିକଲ ଓ ସାନ୍ଧୁ ହରିନ୍ଦର ଏବଂ କାଂସ୍ୟ ପଦକ ବିଜେତା ଅନହତ ସିଂହ ଓ ଅଭୟ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;“ଭାରତ ପାଇଁ ଏହା ଗର୍ବର ମୁହୂର୍ତ୍ତ । କାରଣ, ଆମ ଟିମ ଏସୀୟ ସ୍କ୍ୱାଶ୍ ମିକ୍ସଡ ଡବଲ୍ସରେ ଦୀପିକା ପଲ୍ଲିକଲ ଓ ସାନ୍ଧୁ ହରିନ୍ଦର ସ୍ୱର୍ଣ୍ଣ ପଦକ ଓ ଅନହତ ସିଂହ ଓ ଅଭୟ ସିଂହ କାଂସ୍ୟ ପଦକ ଜିତିଛନ୍ତି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମ ଖେଳାଳିମାନଙ୍କୁ ଅଭିନନ୍ଦନ । ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା ।”