ପନ୍ତଙ୍କ ଏମ୍‌ଆର୍‌ଆଇ ରିପୋର୍ଟ ଜାରି କଲା ମେଡିକାଲ

ନୂଆଦିଲ୍ଲୀ : ଋଷଭ ପନ୍ତଙ୍କ  କାର୍‌ ଦୁର୍ଘଟଣା ହେବା ପରେ ସେ ଏବେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଆହତ ହୋଇଥିବା ଋଷଭ ପନ୍ତ୍‌ଙ୍କର ମସ୍ତିସ୍କ ଏବଂ ମେରୁଦଣ୍ଡର ଏମ୍‌ଆର୍‌ଆଇ  କରାଯାଇଥିବା ବେଳେ  ଡେରାଡୁନର ମାକ୍ସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ତାହା ଏତେ ଗୁରୁତର ନୁହେଁ ।  ଏଥିରେ ଉଭୟ ମସ୍ତିସ୍କ ଓ ମେରୁଦଣ୍ଡ ନର୍ମାଲ (ସାଧାରଣ) ଅବସ୍ଥାକୁ ଫେରିଆସିଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଆସନ୍ତାକାଲି ତାଙ୍କର ଗୋଇଠି ଓ ଆଣ୍ଠୁରେ ଏମ୍‌ଆର୍‌ଆଇ କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ କୁହାଯାଇଛି। ଅନ୍ୟପକ୍ଷରେ କ୍ଷତବିକ୍ଷତ ମୁଖମଣ୍ଡଳ ରେ ପ୍ଲାଷ୍ଟିକ ସର୍ଜରି କରାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ଯଦି ଆବଶ୍ୟକ ପଡେ ତେବେ ତାଙ୍କୁ ଏୟାର ଲିଫ୍ଟ କରାଯାଇ ଦିଲ୍ଲୀରେ ଚିକିତ୍ସା କରାଯିବ ।