ଆଇପିଏଲ୍ ୨୦୨୫ର ସବୁଠାରୁ ଦାମୀ ଖେଳାଳି ପନ୍ତ
ଆଇପିଏଲ୍ ୨୦୨୫ ନିଲାମରେ ଋଷଭ ପନ୍ତଙ୍କ କ୍ରେଜ୍। ଜୋରଦାର ନିଲାମ ଡାକରା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି। ଏଭଳି ସେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। କିଛି ସମୟ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଶ୍ରେୟସ ଆୟାରଙ୍କୁ ୨୬.୭୫ ଟଙ୍କାରେ କିଣିଥିଲା। ଏବେ ପନ୍ତ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି।