ଟି-୨୦ ମହିଳା ବିଶ୍ୱକପ: ପାକିସ୍ତାନକୁ ଘାଇଲା କଲେ ଭାରତୀୟ ବୋଲର୍

ଟି-୨୦ ମହିଳା ବିଶ୍ୱକପରେ କମାଲ୍ ଦେଖାଇଛନ୍ତି ଭାରତୀୟ ବୋଲର। ୧୦୫ ରନରେ ପାକିସ୍ତାନକୁ ଅଟକାଇବାରେ ସଫଳ ହୋଇଛନ୍ତି। ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୫ ରନ୍ କରିଛି ପାକିସ୍ତାନ। ଫଳରେ ଭାରତ ଆଗରେ ୧୦୬ ରନର ବିଜୟ ଲକ୍ଷ୍ୟ ରହିଛି।

ଅରୁନ୍ଧତୀ ରେଡ୍ଡୀ ସର୍ବାଧିକ ତିନି ୱିକେଟ ନେଇ ଥିବାବେଳେ ଶ୍ରେୟଙ୍କା ପାଟିଲ ଦୁଇ, ରେଣୁକା ଠାକୁର, ଦୀପ୍ତି ଶର୍ମା ଏବଂ ଆଶା ଶୋଭନା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।