ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ହରାଇଲା ପାକିସ୍ତାନ

ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ହରାଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଥିଲା । ୧୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିବା ପରେ ବର୍ଷା ହେବାରୁ ଟାର୍ଗେଟ ବଦଳିଥିଲା । ୧୪ ଓଭରରେ ୧୪୨ ରନ କରିଲେ ଜିତିଥାନ୍ତା ସାଉଥ ଆଫ୍ରିକା । ମାତ୍ର ସାଉଥ ଆଫ୍ରିକା ୯ ଉଇକେଟରେ ୧୦୮ ରନ କରିବାକୁ ସମର୍ଥ ହୋଇଥିଲା । ଦଳର ପେସ୍ ବାହିନୀ ଘାତକ ସାବ୍ୟସ୍ତ ହେଉଛନ୍ତି । ପାକିସ୍ତାନର ବୋଲରମାନେ ସାଉଥ ଆଫ୍ରିକାକୁ ଖେଳିବାକୁ ସୁଯୋଗ ଦେଇନଥିଲେ । ସାହିନ ଆଫ୍ରିଦି, ନସିମ ଶାହ ଓ ହ୍ୟାରିସ ରୌଫଙ୍କୁ ନେଇ ଗଠିତ ପେସ ବାହିନୀ ସାଉଥ ଆଫ୍ରିକାର ଶକ୍ତିଶାଳୀ ବ୍ୟାଟିଂ ବିଭାଗକୁ ଧ୍ୱଂସ କରିଦେଇଥିଲା ।

ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଆରମ୍ଭରୁ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ବାବର ଆଜମ, ମହମ୍ମଦ ରିଜଓ୍ବାନଙ୍କ ଓ୍ବିକେଟ୍ ହରାଇ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୪୩ ରନରେ ୪ଟି ଓ୍ବିକେଟ୍ ହରାଇ ଏକ ବଡ଼ ସଂକଟରେ ପଡ଼ିଯାଇଥିଲା । ମାତ୍ର ଇଫତିଖାର ମହମ୍ମଦ ୫୧ ରନ୍, ସଦାବା ଖାଁ ୫୨ ରନ ଓ ମହମ୍ମଦ ନଓ୍ବାଜ୍ ୨୮ ଲଢୁଆ ବ୍ୟାଟିଂ କରି ଦଳକୁ ବିପର‌୍ୟ୍ୟୟରୁ ରକ୍ଷା କରିବା ସହ ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । । ଶେଷକୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ୍ ହରାଇ ୧୮୫ ରନ କରିଥିଲା ।

ସାଉଥ ଆଫ୍ରିକାର କୈାଣସି ବ୍ୟାଟସମ୍ୟାନ ଆଜି ଭଲ ଖେଲି ନଥିଲେ । ବଭୁମା ସର୍ବାଧିକ ୩୬ ରନ୍ କରି ଆଉଟ ହୋଇଥିଲେ । ମାର୍କାରାମ ୨୦ ରନ୍ କରି ଆଉଟ ହୋଇଥିଲେ ।