ପାକିସ୍ତାନ କ୍ରିକେଟ୍ ଦଳକୁ ମିଳିଲା ଭିସା, ଆଜି ଆସିବ

ପାକିସ୍ତାନ କ୍ରିକେଟ୍ ଦଳକୁ ମିଳିଲା ଭିସା, ଆଜି ଆସିବ ପାକିସ୍ତାନ କ୍ରିକେଟ ଦଳ ।  ଭିସା ପ୍ରଦାନ କରିଛନ୍ତି ଭାରତ ସରକାର । ବିଶ୍ବକପରେ ଯୋଗ ଦେବାକୁ ପାକିସ୍ତାନ ଟିମ ଭାରତ ଆସିବାକୁ ଥିବାବେଳେ ଭିସା ମିଳିବା ବିଳମ୍ବିତ ହୋଇଥିଲା । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ନିକଟରେ ଉଦବେଗ ପ୍ରକାଶ କରିଥିଲା । ଭିସା ମିଳିବା ପରେ ପାକିସ୍ତାନ ଦଳ ଆଜି ଭାରତରେ ପହଞ୍ଚିବ ।  ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶ୍ୱକପ୍ ଖେଳିବା ପାଇଁ ବାବର ଆଜମଙ୍କ ନେତୃତ୍ବାଧୀନ ପାକ ଦଳ ଭାରତ ଆସୁଛି। ଭିସା ସମସ୍ୟା ଯୋଗୁଁ ବିଶ୍ୱକପ୍ ପାଇଁ ଜାତୀୟ ଦଳର ଭାରତ ଗସ୍ତ ବିଳମ୍ବ କୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନିକଟରେ ଗମ୍ଭୀର ଉଦବେଗ ପ୍ରକାଶ କରିଥିଲା।