ଫ୍ରେଞ୍ଚ୍ ଓପନ ଟାଇଟଲ ଜିତିଲେ ଜୋକୋଭିକ

ପ୍ୟାରିସ: ସର୍ବିଆର ଟେନିସ ଷ୍ଟାର ନୋଭାକ ଜୋକୋଭିକ ତୃତୀୟଥର ପାଇଁ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ୩୬ ବର୍ଷୀୟ ଜୋକୋଭିକ ନରୱେର ଟେନିସ ତାରକା କ୍ୟାପ୍ସର ରୁଡଙ୍କୁ ପୁରୁଷ ଏକକ ଫାଇନାଲରେ ୭-୬, ୬-୩, ୭-୫ ବ୍ୟବଧାନରେ ପରାଜିତ କରିଛନ୍ତି । ସେ ସପ୍ତମ ଥର ପାଇନାଲ ମୁକାବିଲା ଖେଳୁଥିଲେ । ଜୋକୋଭିକଙ୍କ ଏହା ୨୩ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଅଟେ । ସେ ରାଫେଲ ନାଡାଲଙ୍କ ୨୨ ଟାଇଟଲ ବିଜୟ ରେକର୍ଡକୁ ପଛରେ ପକାଇଛନ୍ତି । ସେ ୩୬ ବର୍ଷ ୨୦ ଦିନର ବୟସରେ ଏହି ସଫଳତା ଅର୍ଜନ କରିଛନ୍ତି । ଜୋକୋଭିକ ରାଫେଲ ନାଡାଲଙ୍କ ରେକର୍ଡକୁ ପଛରେ ପକାଇଛନ୍ତି ।