ପ୍ରଥମରୁ ଝୁଣ୍ଟିଲା ଭାରତ ନ୍ୟୁଜିଲାଣ୍ଡଠାରୁ ହାରିଲା

ଲଗାତାର 10ଟି ମ୍ୟାଚ ହାରିଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ବିଶ୍ବକପ୍ ଆରମ୍ଭରୁ ଭାରତକୁ ହରାଇଛି । ଲଗାତାର ଉଇକେଟ ପଡ଼ିବାରୁ ଭାରତ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ।  ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ହରମନପ୍ରୀତ କୌରଙ୍କ ଟିମ୍ ୫୮ ରନରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି। ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୬୦ ରନ କରିଥିଲା। ଭାରତ ୧୯ ଓଭରରେ ୧୦୨ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଭାରତର ସମସ୍ତ ବ୍ୟାଟର ଏହି ମ୍ୟାଚରେ ଫେଲ୍‌ ମାରିଥିଲେ। ଅଧିନାୟିକା ହରମନପ୍ରୀତ କୌର ସର୍ବାଧିକ ୧୫ ରନ କରିଥିଲେ। ଟସ୍‌ ଜିତି ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ ଓପନିଂ ଯୋଡ଼ିରେ ୬୭ ରନ ଯୋଗକରି ବଡ଼ ସ୍କୋର କରିଥିଲା। ଅଧିନାୟିକା ସୋଫି ଡିଭାଇନ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଭଲ ସ୍କୋର କରି ପାରିଥିଲା।