ନେଦରଲ୍ୟାଣ୍ଡସକୁ ୯୯ ରନରେ ହରାଇଲା ନ୍ୟୁଜିଲାଣ୍ଡ

ଦିନିକିଆ ବିଶ୍ୱକପର ଷଷ୍ଠ ମୁକାବିଲାରେ ନ୍ୟୁଜିଲାଣ୍ଡ ନେଦରଲ୍ୟାଣ୍ଡସକୁ ୯୯ ରନରେ ପରାଜିତ କରିଛି । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ନେଦରଲ୍ୟାଣ୍ଡସର ଅଧିନାୟକ ସ୍କଟ ଏଡୱର୍ଡସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ନ୍ୟୁଜିଲାଣ୍ଡ ୫ ଓଭରରେ ୭ ୱିକେଟ୍ ହରାଇ ୩୨୨ ରନ୍ କରିଥିଲା । ଜବାବରେ ନେଦରଲ୍ୟାଣ୍ଡସ ୪୬.୩ ଓଭରରେ ୨୨୩ ରନରେ ଅଲଆଉଟ୍ ହୋଇଯାଇଛି । ଏଥିସହିତ ନ୍ୟୁଜିଲାଣ୍ଡ ଏହି ମୁକାବିଲାକୁ ୯୯ ରନରେ ଜିତିନେଇଛି । ବିଶ୍ୱକପରେ ଏହା ନ୍ୟୁଜିଲାଣ୍ଡର ଦ୍ୱିତୀୟ ବିଜୟ ଅଟେ ।  ପ୍ରଥମ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକଟ ହରାଇ ୩୨୨ ରନ କରିଥିଲା । ଦଳ ପକ୍ଷରୁ ୩ ଜଣ ଖେଳାଳି ଅର୍ଦ୍ଧ ଶତକ ହାସଲ କରିଥିଲେ । ଓ୍ବିଲ ୟଙ୍ଗ ସର୍ବାଧିକ ୭୦ ରନ କରିଥିବାବେଳେ ରଚୀନ ରବୀନ୍ଦ୍ର ୫୧ ଓ ଟମ ଲାଥେମ ୫୩ ରନ କରିଥିଲେ । ନେଦରଲାଣ୍ଡସ ପକ୍ଷରୁ ଆର୍ୟନ ଦତ୍ତ, ପଲ୍ ଭାନ ମିକିରେନ ଓ ରୋଏଲର ଭାନ ଡର ମେରଓ୍ବେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ପଏଣ୍ଟ ତାଲିକେରେ ନ୍ୟୁଜିଲାଣ୍ଡ ଏବେ ୪ ଅଙ୍କ ସହ ପ୍ରଥମ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ନେଦରଲ୍ୟାଣ୍ଡସ ପାଇଁ କୋଲିନ ଏକରମ୍ୟାନ ସବୁଠୁ ଅଧିକ ୬୯ ରନ୍ କରିଥିଲେ । ସ୍କଟ ଏଡୱର୍ଡସ ୩୦ ଏବଂ ସାଇବ୍ରାଣ୍ଡ ଏଙ୍ଗଲବ୍ରେକ୍ଟ ୨୯ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସ୍ପିନର ମିଚେଲ ସାଣ୍ଟନର ୫ ୱିକେଟ୍ ଅକ୍ତିଆର କରିଥିଲେ । ମାଟ ହେନରୀଙ୍କୁ ତିନୋଟି ସଫଳତା ମିଳିଥିଲା । ମିଚେଲ ସାଣ୍ଟନରଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ କରାଯାଇଛି ।