ଆସନ୍ତାକାଲି ଭାରତ ପାକିସ୍ତାନ ମ୍ୟାଚ: ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ବାଂଲାଦେଶ
ଚେନ୍ନାଇ : ଚାଲିଛି କ୍ରିକେଟ ବିଶ୍ବକପ । ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ବାଂଲାଦେଶ । ଶନିବାରର ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ଦୁଇ ଦଳକୁ ନେଇ ଚାଲିଛି ଚର୍ଚା । ତେବେ ଆଜି ଅପରାହ୍ଣ ୨ଟାରେ ବିଶ୍ବକପ ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ ଜିତି ୪ ପଏଣ୍ଟ ପାଇସାରିଥିବାବେଳେ ବାଂଲାଦେଶ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୮୨ ରନରେ ହରାଇଥିବେଳେ ଷଷ୍ଠ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୯୯ ରନରେ ପରାସ୍ତ କରିଥିଲା । ଆଜିର ମ୍ୟାଚ ଜିତିବାକୁ ଦୁଇ ଦଳ ଚେଷ୍ଟା କରିବେ । ଶନିବାରର ଭାରତ ବିପକ୍ଷ ମୁକାବିଲା ପାଇଁ ଦୁଇ ଦଳ ପ୍ରସ୍ତୁତି ଚଳାଇଛନ୍ତି । ହାଇଦ୍ରାବାଦରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ବୋଲର ୩୪୪ ରନ୍ ବ୍ୟୟ କରିଥିଊେ । ଏବେ ସାହିନ ସାହା ଆଫ୍ରିଦିଙ୍କ ଦିନ ଭଲ ବିତୁ ନାହିଁ । ତାଙ୍କ ବଲକୁ ମାଡ଼ ହେଉଛି । ହାରିସ୍ ରୌଫ ଭାରତୀୟ ପିଚ୍ ରେ ଭଲ ଖେଳୁନାହାଁନ୍ତି । ଏବେ ଭାରତରେ ରିଭର୍ସ ସୁଇଙ୍ଗ୍ ପାଇବା ସହଜ ନୁହେଁ। ତେଣୁ ଭାରତକୁ ଏଥିରୁ ଫାଇଦା ମିଳିପାରେ ।