ପ୍ରଶଂସକଙ୍କ ମନକୁ ଛୁଉଁଛି ବିଶ୍ବକପ୍ ଜର୍ସିରେ ତ୍ରିରଙ୍ଗା
ମୁମ୍ବାଇ: ଭାଇରାଲ ହେଉଛି ବିଶ୍ବକପ୍ ପାଇଁ ଭାରତୀୟ ଜର୍ସିର ଭିଡିଓ । ଏଥିରେ ପ୍ରଶଂସକଙ୍କ ସହିତ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଶୁବମନ ଗିଲ୍, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କୁ ଦେଖିବାକୁ ମିଳୁଛି। ଭାରତୀୟ କ୍ରିକେଟ୍ ଦଳର କିଟ୍ ପ୍ରାୟୋଜକ ଆଦିଦାସ ପକ୍ଷରୁ ବିଶ୍ବକପ୍ ଜର୍ସି ଉନ୍ମୋଚନ କରାଯାଇଛି। ସାମାଜିକ ଗଣମାଧ୍ୟମରେ ଆଦିଦାସ ଓ ବିସିସିଆଇ ବିଶ୍ବକପ୍ ଜର୍ସି ସଂପର୍କିତ ଏକ ଭିଡିଓକୁ ଅପଲୋଡ୍ କରାଯାଇଥିଲା। ନୂଆ ଜର୍ସିରେ ଖେଳାଳିମାନଙ୍କ କାନ୍ଧରେ ଥିବା ୩ଟି ଧଳାଗାରକୁ ବଦଳାଇ ତ୍ରିରଙ୍ଗାର ରଙ୍ଗକୁ ସ୍ଥାନ ଦିଆଯାଇଛି। ବାମପଟ ଛାତି ଉପରେ ବିସିସିଆଇ ଲୋଗୋ ଦିଆଯିବା ସହ ତାହା ଉପରେ ଦୁଇଟି ତାରକା ଚିତ୍ରିତ କରାଯାଇଛି।