ନୀରଜ ଜିତିଲେ ଲୌସାନ୍ ଡାଏମଣ୍ଡ୍ ଲିଗ୍
ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ଭାରତୀୟ ଜାଭଲିନ୍ ତାରକା ନୀରଜ ଚୋପ୍ରା ଲୌସାନ୍ ରେ ବିଜେତା ହୋଇ ଡାଏମଣ୍ଡ୍ ଲିଗ୍ରେ ଚଳିତ ଋତୁରେ ଦ୍ବିତୀୟ ଥର ବିଜେତା ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ପଞ୍ଚମ ରାଉଣ୍ଡରେ ନୀରଜ ୮୭.୬୬ ମିଟର୍ ଜାଭଲିନ୍ ଫିଙ୍ଗି ବିଜୟ ମୁକୁଟ ପରିଧାନକୁ ନିଶ୍ଚିତ କରିଥିଲେ। ଚତୁର୍ଥ ରାଉଣ୍ଡରେ ସେ ଫାଉଲ୍ ହୋଇଥିଲେ ମଧ୍ୟ ଷଷ୍ଠ ତଥା ଅନ୍ତିମ ରାଉଣ୍ଡ୍ରେ ସମ୍ମାନଜନକ ଭାବେ ୮୪.୧୫ ମିଟର୍ ଫିଙ୍ଗିଥିଲେ। ପୂର୍ବରୁ ନୀରଜ ପ୍ରଥମ ରାଉଣ୍ଡରେ ମଧ୍ୟ ଫାଉଲ୍ରୁ ଅଭିଯାନ ଆରମ୍ଭ କରିଥିଲେ। ପରବର୍ତୀ ଦୁଇ ଥର କିନ୍ତୁ ସେ ୮୩.୫୨ ମିଟର୍ ଏବଂ ୮୫.୦୪ ମିଟର୍ ଫିଙ୍ଗିଥିଲେ। ପଞ୍ଚମ ପ୍ରୟାସରେ ନୀରଜଙ୍କ ଜାଭଲିନ୍ ଚମତ୍କାର ଭାବେ ୮୭.୬୬ ମିଟର୍ ଦୂରକୁ ଚାଲିଯାଇଥିଲା। ନୀରଜ ଗତବର୍ଷ ମଧ୍ୟ ଲୌସାନରେ ଡାଏମଣ୍ଡ୍ ଲିଗ୍ ବିଜେତା ହୋଇଥିଲେ।
Congratulations to @Neeraj_chopra1 for shining at the Lausanne Diamond League. Thanks to his extraordinary performances, he has finished at the top of the table. His talent, dedication and relentless pursuit of excellence is commendable. pic.twitter.com/8EKIpKqr5U
— Narendra Modi (@narendramodi) July 1, 2023
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁସାନେ ଡାଇମଣ୍ଡ ଲିଗ ୨୦୨୩ର ବିଜେତା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଲୁସାନେ ଡାଇମଣ୍ଡ ଲିଗରେ ଚମକଦାର ପ୍ରଦର୍ଶନ କରିଥିବା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା । ନିଜ ଅସାଧାରଣ ପ୍ରଦର୍ଶନ ମାଧ୍ୟମରେ ସେ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଥିଲେ । ତାଙ୍କ ପ୍ରତିଭା, ନିଷ୍ଠା ଓ ଉତ୍କର୍ଷତା ପାଇଁ ନିରନ୍ତର ଉଦ୍ୟମ ପ୍ରଶଂସନୀୟ ।”