ନୀରଜ ଚୋପ୍ରା ବିଶ୍ୱର ସର୍ବଶ୍ରେଷ୍ଠ ଜାଭେଲିନ ଫିଙ୍ଗାଳି ହେଲେ

ଭାରତର ଷ୍ଟାର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା  ବିଶ୍ୱର ନମ୍ବର ୱାନ୍ ଜାଭେଲିନ ଫିଙ୍ଗାଳି ହୋଇ ଇତିହାସ ରଚିଛନ୍ତି । ବିଶ୍ୱ ଏଥଲେଟିକ୍ସ ଦ୍ୱାରା ଜାରି କରାଯାଇଥିବା ତାଜା ରାଙ୍କିଂରେ ନୀରଜ ଚୋପ୍ରା ପୁରୁଷ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ନମ୍ବର ୱାନ ଖେଳାଳି ହୋଇଛନ୍ତି । ଅଲିମ୍ପିକ ଚମ୍ପିଆନ ନୀରଜ ଚୋପ୍ରା ବିଶ୍ୱ ରାଙ୍କିଂରେ ନମ୍ବର ୱାନ୍ ସ୍ଥାନ ହାସଲ କରିବାରେ ପ୍ରଥମ ଭାରତୀୟ ଅଟନ୍ତି । ନୀରଜ ଚୋପ୍ରା ପ୍ରଥମଥର ୨୦୨୧ର ଟୋକିଓ ଅଲମ୍ପିକରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।