ଦିଲ୍ଲୀକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ

ଆଇପିଏଲ ୨୦୨୩ର ୧୬ତମ ମ୍ୟାଚରେ ଦିଲ୍ଲୀକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ ।  ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଛି  ମୁମ୍ବାଇ ।   ରୋହିତ ଶର୍ମା ୬୫ ରନ୍‌ କରିଥିବା ବେଳେ ତିଲକ ବର୍ମା ୪୧ ରନ୍‌ ଓ ଇଶାନ୍ କିଶନ୍ ୩୧ ରନ୍‌ କରିଥିଲେ ।

ଦିଲ୍ଲୀର ବୋଲର୍‌ ମାନେ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ କିନ୍ତୁ ଟିମ୍‌କୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ପ୍ରଥମ ପାଳିରେ ମୁମ୍ବାଇ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ଅଧିନାୟକ ଡେଭିଡ୍ ଓ୍ବାର୍ନରଙ୍କ ୫୧ରନ ଓ ଅକ୍ଷର ପଟେଲଙ୍କ ଦ୍ରୁତ ୫୪ ରନ ବଲରେ ନିର୍ଦ୍ଧାରିତ ୧୯.୪ ଓଭରରେ ୧୭୨ରନ କରି ଅଲଆଉଟ୍ ହୋଇଯାଇଥିଲା । ମନୀଷ ପାଣ୍ଡେ ୨୬ ରନ କରିଥିବାବେଳେ ପୃଥ୍ବୀ ଶ ୧୫ ରନ କରିଥିଲେ ।