ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବ୍ୟାନ୍ କଲା ବିସିସିଆଇ
ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ଆନୁଷ୍ଠାନିକ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୫ର ୧୮ତମ ସଂସ୍କରଣ ପୂର୍ବରୁ ହେବାକୁ ଥିବା ମେଗା ନିଲାମ ପାଇଁ ତାରିଖ ଘୋଷଣା କରିସାରିଛି । ଏଥର ନଭେମ୍ବର ୨୪ ଓ ୨୫ତାରିଖରେ ସାଉଦି ଆରବର ଜେଦ୍ଦା ସହରରେ ଖେଳାଳିଙ୍କ ନିଲାମ ଅନୁଷ୍ଠିତ ହେବ। ଅକ୍ଟୋବର ୩୧ରେ ଆଇପିଏଲର ସମସ୍ତ ୧୦ଟି ଫ୍ରାଞ୍ଚାଇଜି ସେମାନଙ୍କ ରିଟେନ୍ ଖେଳାଳିଙ୍କ ନାମ ଘୋଷଣା କରିଥିଲେ।
ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ-୨୦୨୫ର ପ୍ରଥମ ମ୍ୟାଚ୍ ଖେଳିବେନି ବୋଲି ଜଣାପଡ଼ିଛି। ଆଇପିଏଲ-୨୦୨୪ରେ ମୁମ୍ବାଇର ଅଧିନାୟକତ୍ବ କରୁଥିବା ହାର୍ଦ୍ଦିକ ୩ଥର ସ୍ଲୋଓଭର ରେଟ୍ କରିଥିବା ଦେଖାଯାଇଥିଲା। ଏହି କାରଣରୁ ତାଙ୍କୁ ଆଇପିଏଲ-୨୦୨୫ର ପ୍ରଥମ ମ୍ୟାଚରୁ ବାଦ୍ ଦେଇଛି ବିସିସିଆଇ। ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକତ୍ବ କରିବେ ବୋଲି ଜଣାପଡ଼ିଛି ।