Sports ସାନିଆଙ୍କ କ୍ୟାରିୟର ଶେଷ Last updated Feb 22, 2023 ଅବସର ନେବେ ସାନିଆ ମିର୍ଜା ନିଜ ଖେଳ ପାଇଁ ଚର୍ଚାରେ ଥିବା ସାନିଆ ମିର୍ଜାଙ୍କ କ୍ୟାରିୟର ଶେଷ ହୋଇଛି । ଗତମାସରେ ନିଜର ଅନ୍ତିମ ଗ୍ରାଣ୍ଡ୍ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିଥିବା ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ପରାଜୟ ସହ କ୍ୟାରିୟରର ଅନ୍ତ ଘଟାଇଛନ୍ତି। ଡବ୍ଲୁଟିଏ ଦୁବାଇ ଡ୍ୟୁଟି ଫ୍ରି ଚାମ୍ପିଅନ୍ସିପ୍ ଖେଳି ଟେନିସ୍ରୁ ଅବସର ନେଇଯିବେ ବୋଲି ସାନିଆ ଘୋଷଣା କରିସାରିଥିଲେ। ଏହିକ୍ରମରେ ଦୁବାଇରେ ଖେଳିଥିବା ଶେଷ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ପରାଜୟ ବରଣ କରିଛନ୍ତି ସାନିଆ। ଆମେରିକାର ମାଡିସନ କିଜ୍ଙ୍କୁ ସାଥୀ କରି ମହିଳା ଯୁଗଳରେ ଭାଗ ନେଇଥିବା ସାନିଆ ପ୍ରଥମ ରାଉଣ୍ଡ ମୁକାବିଲାରେ ରୁଷିଆ ଯୋଡ଼ି ଭେର୍ନୋକିଆ କୁଦେର୍ମେତୋଭା ଓ ଲିଉଦମିଲା ସାମ୍ସୋନୋଭାଙ୍କଠାରୁ ସିଧାସଳଖ ସେଟ୍ ୪-୬ ଓ ୦-୬ରେ ପରାସ୍ତ ହୋଇଥିଲେ। Share