ବିଶ୍ବ ବକ୍ସିଂ ଚାମ୍ପିଅନ ହେଲେ ନିଖତ ଜରିନ୍

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ନିଖତ ଜରିନ୍  ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ୫୦ କେଜି ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ ମ୍ୟାଚରେ ନିଖତ୍ ଜରିନ୍ ଭିଏତନାମର ବକ୍ସର ନୁଏନ୍ ଥି ଟାମଙ୍କୁ ୫-୦ ଗୋଲରେ ପରାସ୍ତ କରିଛନ୍ତି । ନିଖତଙ୍କର ଏହା କ୍ରମାଗତ ଦ୍ବିତୀୟ ବିଶ୍ବ ଚାମ୍ପିୟନସିପ୍ ଟାଇଟଲ୍। ଗତବର୍ଷ ସେ ବିଶ୍ୱ ଚାମ୍ପିୟନସିପରେ ୫୨ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥର ସେ ନିମ୍ନ ଓଜନ ବର୍ଗରେ ଭାଗ ନେଇ କ୍ରମାଗତ ଦ୍ବିତୀୟ ବିଶ୍ବ ଚାମ୍ପିୟନସିପ୍ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ।