୧ ରନରେ ‌କୋଲକାତାକୁ ହରାଇଲା ଲକ୍ଷ୍ନୌ ତୃତୀୟ ଦଳ ଭାବେ ପହଁଚିଲା ପ୍ଲେ ଅଫ୍ ରେ

କୋଲକାତା: ପୁଣି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି ଆଇପିଏଲ୍‌ ରେ । ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ କୋଲକାତା ନାଇଟ୍‌ ରାଇଡର୍ସକୁ ୧ ରନରେ ପରାସ୍ତ କରି ତୃତୀୟ ଦଳ ଭାବେ ପହଁଚିଛି ପ୍ଲେ ଅଫ୍ ରେ।

ଲକ୍ଷ୍ନୌ  ୧୭୭ ରନ ଟାର୍ଗେଟକୁ ପିଛା କରି କୋଲକାତା ୭ ୱିକେଟରେ ୧୭୫ ରନ କରିବାରେ ସକ୍ଷମ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୈା ଦଳ  ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୭୬ ରନ୍‌ କରିଥିଲା।  କର୍ନ ଶର୍ମା  ୫ଟି ବଲ୍‌ ଖେଳି ମାତ୍ର ୩ ରନ୍‌ କରିଥିଲେ। ଡି’କକ୍‌ ୨୮ ରନ୍‌ ଓ ପ୍ରେରକ ମନକଡ ବ୍ୟକ୍ତିଗତ ଭାବେ ୨୬ ରନ୍‌ କରିଥିଲେ। କ୍ରୁଣାଳ ପାଣ୍ଡ୍ୟା ୯ ରନ୍‌ କରିଥିଲେ।  ଆୟୁଷ ବଦୋନି ଓ ନିକୋଲାସ ପୂରନ ଧୈର୍ଯ୍ୟର ସହିତ ଖେଳି ୬ଷ୍ଠ ୱିକେଟ୍‌ ପାଇଁ ୭୬ ରନ୍‌ ଭାଗିଦାରୀ କରିଥିଲେ। ଆୟୁଷ ୨୧ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ  ୨୫ ରନ୍‌ କରିଥିଲେ। ନିକୋଲାସ ପୂରନ ୩୦ଟି ବଲ୍‌ ଖେଳି ୪ଟି ଚୌକା ଓ ୫ଟି ଛକା ବଳରେ ୫୮ ରନ୍‌ ସଂଗ୍ରହ କରିଥିଲେ।

ଦ୍ବିତୀୟ ପାଳିରେ କୋଲକତାର ଭେଙ୍କଟେଶ ୨୪ ରନ କରି ଆଉଟ ହେବା ପରେ ତୃତୀୟ ୱିକେଟ ଭାବେ ନିତିଶ ରଣା ଆସିଥିଲେ ବି ୮ ରନ କରି ଆଉଟ ହୋଇଯାଇଥିଲେ। ପରେ ଜାସନ ରାୟ ୪୫ ରନରେ କୁନାଲ ପାଣ୍ଡ୍ୟାଙ୍କ ଦ୍ବାରା ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। ରହମାନୁଲା ଗୁରବାଜ ଆସିଥିଲେ ବି ସେ ୧୦ ରନ କରି ଆଉଟ ହୋଇଯାଇଥିଲେ। ପରେ ରିଙ୍କୁ ସିଂ ଦମଦାର ଖେଳି ଥିଲେ ବି ଜିତାଇ ପାରିନଥିଲେ । ସେ ଅପରାଜିତ ରହି ୪ ଛକା ଓ ୬ ଚୌକା ବଳରେ ୬୭ ରନ କରିଥିଲେ ।