ରିଙ୍କୁ ସିଂ, ଶେଷ ଓଭରରେ ମାରିଲେ ୫ ଛକା

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ଏକ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ଓ୍ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଶେଷ ଓଭରରେ କୋଲକାତା ୨୯ରନ ଆବଶ୍ୟକ କରୁଥିଲା। କିନ୍ତୁ ରିଙ୍କୁ ସିଂଙ୍କ ବିସ୍ଫୋରକ ଇନିଂସ ସବୁକିଛି ଓଲଟପାଲଟ କରିଦେଲା। ସେ ୟସ୍ ଦୟାଲଙ୍କ ଶେଷ ଓଭରରେ ୫ଟି ଛକା ମାରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ। ସେ ୨୧ଟି ବଲରୁ ୪୮ରନ(୬ ଛକା, ଗୋଟିଏ ଚୌକା) କରିଥିଲେ। ସେହିପରି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଭେଙ୍କଟେଶ ଆୟର ୪୦ ବଲରେ ୮୩ରନ(୫ ଛକା, ୮ ଚୌକା) ଓ ନିତିଶ ରାଣା ୪୫ରନ(୩ ଛକା, ୪ ଚୌକା) କରିଥିଲେ

ଏହି ମ୍ୟାଚରେ ଗୁଜରାଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୪ ଓ୍ୱିକେଟ ହରାଇ ୨୦୪ ରନ୍ କରିଥିଲା। ଦଳ ପକ୍ଷରୁ ଉତ୍ତ ଖେଳ ଦେଖାଇ ବିଜୟ ଶଙ୍କର ଅପରାଜିତ ୬୩ରନ(୫ ଛକା, ୪ ଚୌକା), ସାଇ ସୁଦର୍ଶନ ୫୩ରନ(୨ ଛକା, ୩ ଚୌକା), ଶୁଭମନ ଗିଲ ୩୯ ରନ(୫ ଚୌକା) କରିଥିଲେ।