ଏସୀୟ କ୍ରୀଡ଼ା ଟି-୨୦ରେ ଶତକ କରି ଇତିହାସ ରଚିଲେ ଜୈଶୱାଲ୍
ଚୀନରେ ହୋଇଥିବା ଏସୀୟ କ୍ରୀଡ଼ା-୨୦୨୩ର ଟିମ୍ ଇଣ୍ଡିଆର ଓପେନିଂ ମ୍ୟାଚ୍ରେ ମଙ୍ଗଳବାର ନେପାଳ ବିପକ୍ଷରେ ଖେଳି ଇତିହାସ ସୃଷ୍ଟି କରିଛନ୍ତି ଭରତୀୟ କ୍ରିକେଟ୍ର ଯଶସ୍ବୀ ଜୈଶୱାଲ୍। ଏହି ୨୧ ବର୍ଷୀୟ ବାମହାତୀ କ୍ରିକେଟର୍ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଶତକ ହାସଲ କରିବାରେ ହେଉଛନ୍ତି ସବୁଠାରୁ କନିଷ୍ଠ। ଏସୀୟ କ୍ରୀଡ଼ା-୨୦୨୩ର ପ୍ରଥମ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ମାତ୍ର ୪୮ ବଲ୍ରେ ଶତକ ହାସଲ କରି ରେକର୍ଡ କରିଛନ୍ତି।