ଦ୍ୱିତୀୟ ଟେଷ୍ଟ ଖେଳି ନ ପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା
ବୃଆରୀ ୨ରୁ ବିଶାଖାପଟନମରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ନ ପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଜାଡେଜା ଆହତ ହୋଇଥିଲେ। ମାଂସପେଶୀରେ ସମସ୍ୟା ଯୋଗୁ ଜାଡେଜାଙ୍କୁ ରନଆଉଟ ମଧ୍ୟ ହେବାକୁ ପଡ଼ିଥିଲା। ଉକ୍ତ ରନଆଉଟ ଶେଷରେ ଭାରତୀୟ ଟିମ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳକୁ ଇଂଲଣ୍ଡ ଠାରୁ ୨୮ ରନରେ ପରାସ୍ତ ମଧ୍ୟ ହେବାକୁ ପଡ଼ିଥିଲା। ସବୁବେଳେ ନିଜର ଫିଟନେସ ଓ ରନିଂ ପାଇଁ ଚର୍ଚ୍ଚାରେ ରହୁଥିବା ଜାଡେଜା ଆହତ ହୋଇଥିବାରୁ ଭାରତୀୟ ଟିମର ଚିନ୍ତା ବଢ଼ି ଯାଇଛି। ମାଂସପେଶୀରେ ସମସ୍ୟା ଯୋଗୁ ଜାଡେଜା ଠିକ ଭାବେ ଚାଲି ପାରୁ ନାହାନ୍ତି। ତେଣୁ ଡାକ୍ତରୀ ଟିମ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି। ତାଙ୍କୁ ଦୌଡ଼ାଦୌଡ଼ି କରିବାକୁ ବାରଣ କରାଯାଇଛି। ତେଣୁ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ଆସନ୍ତାକାଲି ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଟିମ ବିଶାଖାପଟନମ ଗସ୍ତ କରିବ। ଏହି ସମୟରେ ଜାଡେଜା ମ୍ୟାଚ୍ ଖେଳିବେ କି ନାହିଁ, ତା’ହା ସ୍ପଷ୍ଟ ହେବ।