ଆଫଗାନିସ୍ତାନ ଜିତିବା ପରେ ନାଚିଲେ ଇରଫାନ ପଠାନ୍

ଆଫଗାନିସ୍ତାନ ଟିମ୍ ବିଜୟରେ ପୁଣିଥରେ ନାଚିଲେ ଇରଫାନ ପଠାନ । ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଇଂଲଣ୍ଡକୁ ହରାଇବା ପରେ ଇରଫାନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରଲ ହେଉଛି । ବିଶ୍ବକପ ୨୦୨୩ରେ ପାକିସ୍ତାନ ଠାରୁ ଆଫଗାନିସ୍ତାନ ଜିତିବା ପରେ ଧୂଆଦାର ଡ୍ୟାନ୍ସ କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ । ପୁଣି ଏବେ ଆଉଥରେ ଇରଫାନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଗତକାଲି ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଚାଲିଥିଲା । ଏହି ମ୍ୟାଚରେ ଇଂଲଣ୍ଡକୁ ୮ ରନରେ ହରାଇଛି ଆଫଗାନିସ୍ତାନ । ଇଂଲଣ୍ଡକୁ ହରାଇ ଆଫଗାନିସ୍ତାନ ମେସିରେ ଏଣ୍ଟ୍ରି କରିଛି । ଫଳରେ ଚାମ୍ପିଅନ୍ସ ଟ୍ରଫିରୁ ବିଦା ହୋଇଛି ଆଫଗାନିସ୍ତାନ । ଏହାପରେ ଖୁସି ହୋଇ ଇରଫାନ ପଠାନ ଡ୍ୟାନ୍ସ କରିଛନ୍ତି । ଇରଫାନ ପଠାନ ଡ୍ୟାନ୍ସ କରିବା ପରେ ରାଶିଦ ଖାନ ଆପତ୍ତି ଜାହିର କରିଛନ୍ତି । ରାଶିଦ କହିଛନ୍ତି, ଇରଫାନ କିଭଳି ମୋ ବିନା ଡ୍ୟାନ୍ସ କରିପାରିଲେ । ଭାଇଜାନ, ମୋ ବିନା ଆପଣ ଡ୍ୟାନ୍ସ କଲେ । ଏହାସହିତ ଇରଫାନଙ୍କୁ ଲଗାତାର ସପୋର୍ଟ କରି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।