ଅନେକ ବର୍ଷ ପରେ ମୁମ୍ବାଇ ପାଇଛି ଇରାନୀ ଟ୍ରଫି । ୪୩ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଦୀର୍ଘ ୨୭ ବର୍ଷ ପରେ ଘରୋଇ କ୍ରିକେଟ୍ର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ଈଇାନୀ କପ୍ ହାସଲ କରିଛି। ମୁମ୍ବାଇ ମୋଟ ଉପରେ ପଞ୍ଚଦଶ ଥର ପାଇଁ ଈରାନୀ ଟ୍ରଫି ଜିତିଛି। ଶେଷଥର ପାଇଁ ୧୯୯୭-୯୮ରେ ଟ୍ରଫି ଜିତିବା ପରେ ମୁମ୍ବାଇ ୮ ଥର ଈରାନୀ କପ୍ ଫାଇନାଲ୍ ଖେଳିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା |ଶନିବାର ସକାଳେ ମୁମ୍ବାଇ ଏହାର ଦ୍ବିତୀୟ ପାଳିକୁ ୧୫୩/୬ରୁ ଖେଳିବା ପରେ ତନୁଶ କୋଟିଆଁ ଆକର୍ଷଣୀୟ ଶତକ (୧୧୪*, ୧୫୦ ବଲ୍) ହାସଲ କରି ଏହାକୁ ଅଧିକ ସ୍ମରଣୀୟ କରିଛନ୍ତି। ଏହି ଯୁବ ଅଲ୍ରାଉଣ୍ଡର୍ ନିଜ ଦ୍ବିତୀୟ ପ୍ରଥମ ଶ୍ରେଣୀ ଶତକ ହାସଲ କରି ଈରାନୀ କପ୍ ଭଳି ମର୍ଯ୍ୟାଦାଜନକ ଫାଇନାଲ୍ରେ ଦଳକୁ ଜିତାଇଛନ୍ତି | ମୁମ୍ବାଇ ଏହାର ଦ୍ବିତୀୟ ପାଳିକୁ ୧୫୩/୬ରୁ ଖେଳିବା ପରେ ତନୁଶ କୋଟିଆଁ ଆକର୍ଷଣୀୟ ଶତକ (୧୧୪*, ୧୫୦ ବଲ୍) ହାସଲ କରି ଏହାକୁ ଅଧିକ ସ୍ମରଣୀୟ କରିଛନ୍ତି। ଏହି ଯୁବ ଅଲ୍ରାଉଣ୍ଡର୍ ନିଜ ଦ୍ବିତୀୟ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି ଈରାନୀ କପ୍ ଭଳି ମର୍ଯ୍ୟାଦାଜନକ ଫାଇନାଲ୍ରେ। ତନୁଶଙ୍କ ଶତକ ଏବଂ ମୋହିତ ଅବସ୍ତି (୯୩ ବଲ୍ରୁ ୫୧* ରନ୍) ଅତୁଟ ଅଷ୍ଟମ ୱିକେଟ୍ ପାଇଁ ୧୫୮* ରନ୍ ଯୋଡ଼ି ଅବଶିଷ୍ଟ ଭାରତୀୟ ଦଳକୁ କୌଣସି ସୁଯୋଗ ଦେଇ ନଥିଲେ। ମୁମ୍ବାଇ ୧୭୧/୮ରେ ପହଞ୍ଚିଥିବାବେଳେ ଏହି ଯୋଡ଼ିଙ୍କ କାରଣରୁ ଦଳ ୩୨୯/୮ରେ ପାଳି ଘୋଷଣା କରିଥିଲା। ଏହି ସମୟରେ ଉଭୟ ଦଳ ଅଧିନାୟକ ଋତୁରାଜ ଗାଏକ୍ବାଡ ଓ ଅଜିଙ୍କ୍ୟ ରାହାଣେ ସହମତିରେ ମ୍ୟାଚ୍ ଶେଷ କରିଥିଲେ। କାରଣ ମୁମ୍ବାଇ ସେତେବେଳକୁ ୪୫୦ ରନ୍ ଅଗ୍ରଣୀ ନେଇ ସାରିଥିଲା। ପ୍ରଥମ ପାଳିରେ ୨୨୨* ରନ୍ର ମାରାଥନ୍ ଦ୍ବିଶତକ ମାରିଥିବା ସର୍ଫରାଜ ଖାନ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ପୂର୍ବରୁ ପ୍ରଥମ ପାଳିରେ ମୁମ୍ବାଇ ୫୩୭ ରନ୍ କରିଥିବାବେଳେ ଅବଶିଷ୍ଟ ଭାରତ ଦଳ ଅଭିମନ୍ୟୁ ଈଶ୍ବରନଙ୍କ ୧୯୧ ରନ୍ ସତ୍ତ୍ବେ ୪୧୬ ରନ୍ କରିଥିଲା।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା