ଆଜି ଆଇପିଏଲ୍‌ର ମେଗା ଖେଳାଳି ନିଲାମ

ଆଇପିଏଲ୍‌ର ମେଗା ଖେଳାଳି ନିଲାମ ରବିବାରଠାରୁ ସାଉଦି ଆରବର ଜେଦା ସହରସ୍ଥିତ ଆବାଦି ଅଲ୍‌ ଜୋହର୍‌ ଏରିନାରେ ଅନୁଷ୍ଠିତ ହେବ। ଏହି ମେଗା ନିଲାମ ପାଇଁ ଆସିଥିବା ଆବେଦନଗୁଡ଼ିକରୁ ୫୭୭ ଜଣ ଖେଳାଳିଙ୍କୁ ବଛାଯାଇଛି। ଗତ ସଂସ୍କରଣରେ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ୪୬ ଖେଳାଳିଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ରିଟେନ୍‌ କରିଥିଲା ବେଳେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍) ଓ ରାଜସ୍ଥାନ ରୟାଲ୍ସ ସେମାନଙ୍କ ରିଟେନ୍‌ କୋଟା ପୂରଣ କରିସାରିଛନ୍ତି। ତେଣୁ କେଉଁ ଖେଳାଳି ଏଥର ଗତ ସଂସ୍କରଣର ୨୫ କୋଟି ମୂଲ୍ୟକୁ ଅତିକ୍ରମ କରିପାରୁଛନ୍ତି ତାହାକୁ ଅପେକ୍ଷା କରିବାକୁ ହେବ। ମେଗା ନିଲାମ ଅପରାହ୍ନ ୩.୩୦ ମିନିଟ୍‌ରୁ ଆରମ୍ଭ ହେବ ଏବଂ ଷ୍ଟାର୍‌ ସ୍ପୋର୍ଟ୍ସ ଓ ଜିଓ ସିନେମାରେ ଏହାର ସିଧାପ୍ରସାରଣ ଦେଖିହେବ ବୋଲି ସୂଚନା ମିଳିଛି।