ଆଇପିଏଲର ସଫଳ ଅଧିନାୟକ : ହାର୍ଦ୍ଦିକ ପାଣ୍ଡ୍ୟା

hardik-pandia

ମେଟ୍ରୋ ଟିଭି ଓଡିଶା (୨୬.୫.୨୦୨୨)

ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ଶେଷ ସୁଦ୍ଧା ୧୦ ଫ୍ରାଞ୍ଚରଇଜର ଅଧିନ଼ାୟକଙ୍କ ମଧ୍ୟରେ ସବୁଠାରୁ ସଫଳ ସାବ୍ୟସ୍ତ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ । କାରଣ ଚଳିତ ବର୍ଷ ଆଇପିଏଲରେ ସାମିଲ ହୋଇ ଥିବା ଦୁଇ ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପ୍ଳେ ଅଫ ପର୍ଯ୍ୟାୟରେ ପହଞ୍ଚାଇବା ଦିଗରେ ଉଭୟ ଅଧିନାୟକ ସଫଳ ହୋଇଛନ୍ତି । ଗୁଜରାଟ ଦଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂରେ ସଫଳ ହୋଇ ୪ ଅର୍ଦ୍ଧଶତକ ସହିତ ୪୧୩ ରନ ସଂଗ୍ରହ କରିଛନ୍ତି । ଏଥିରେ ୪୧ଚୌକା ଓ ୧୧ ଛକା ସାମିଲ ହୋଇ ଥିବା ବେଳେ ବୋଲିଂରେ ବିଶେଷ ସଫଳ ନ ହୋଇ ୪ ୱିକେଟ ଅକ୍ତିଆର କରିଛନ୍ତି ।

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ପ୍ଳେ ଅଫରୁ ବଞ୍ଚିତ ହୋଇ ଥିବା ବେଳେ ୧୦ ପରାଜୟ ସହିତ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଲା ମୁମ୍ବାଇ । ରୋହିତ ମଧ୍ୟ ବିନା ଶତକ ଓ ଅର୍ଦ୍ଧଶତକରେ ମୋଟ ୨୬୮ ରନ କରିଛନ୍ତି । ସେ ପ୍ରଥମ ମ୍ୟାଚରେ ୪୧ ରନ କରିଥିବା ବେଳେ ଅନ୍ୟ ମ୍ୟାଚରେ ୧୦,୩,୨୬,୨୮.୬,୦,୩୯,୨,୪୩,୨,୧୮,୪୮,ଓ ୨ ରନ କରିଛନ୍ତି । ଏଥିରେ ୨୮ ଚୌକା ଓ ୧୩ ଛକା ସାମିଲ ଥିଲା ।

ସେହିପରି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ୧୪ ମ୍ୟାଚରେ ୪୨୧ ରନ କରିଥିବା ବେଳେ ଏଥିରେ ୨ ଅର୍ଦ୍ଧଶତକ ,୩୫ ଚୌକା ଓ ୨୧ ଛକା ସାମିଲ ହୋଇଛି ।  କେଏଲ ରାହୁଲ ୧୪ ମ୍ୟାଚରେ ୨ ଶତକ ,୪୨ ଚୌକା ଓ ୨୫ ଛକା ବଳରେ କରିଛନ୍ତି ୫୪୭ ରନ । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ଫାଫ୍‌ ଡୁ ପ୍ଳେସିସ ୧୪ ଲିଗ ମ୍ୟାଚ ଖେଳି ୪୪୩ ରନ କରିଥିବା ବେଳେ ଏଥିରେ ୨ ଅର୍ଦ୍ଧଶତକ ଓ ୪୬ ଚୌକା ଏବଂ ୧୩ ଛକା ରହିଛି ।