ଆଉ ଏକ ସିଜିନ୍ ଖେଳିବେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ: ପଞ୍ଚମ ଥର ପାଇଁ ଟ୍ରଫି ହାତେଇବା ପରେ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି ସେ ଆଉ ଏକ ସିଜିନ୍ ଖେଳିବେ । ଗୁଜରାଟ ବିପକ୍ଷରେ ଫାଇନାଲ ମ୍ୟାଚ୍ ଧୋନୀଙ୍କ ଶେଷ ମ୍ୟାଚ୍ ବୋଲି ବେଶ୍ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ମାହି । ଫ୍ୟାନ୍ସମାନଙ୍କ ପାଇଁ ଆଉ ଏକ ସିଜିନ୍ ଖେଳିବେ ବୋଲି କହିଛନ୍ତି ଧୋନୀ । ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା ଫାଇନାଲ ଫାଇଟରେ ମାହିଙ୍କ ପାଇଁ ପ୍ରଶଂସକମାନେ ଜୋରଦାର ନାରା ଲଗାଇଥିଲେ  । ଗୁଜରାଟକୁ ୫ ଓ୍ୱିକେଟରେ ପରାସ୍ତ କରି ପଞ୍ଚମ ଥର ପାଇଁ ବିଜୟର ମୁକୁଟ ପିନ୍ଧିଛି ଚେନ୍ନାଇ । ତେବେ ଚେନ୍ନାଇ ଟାଇଟଲ ଜିତିବା ପରେ ସମସ୍ତଙ୍କ ନଜର ଥିଲା ମାହିଙ୍କ ଉପରେ ।