୪୩୫ ସ୍କୋର କରି ଇତିହାସ ରଚିଲା ମହିଳା ଭାରତୀୟ ଦଳ
ଇତିହାସ ରଚିଲା ଭାରତ, ଭାଙ୍ଗିଲା ମହିଳା ଦିନିକିଆ ରେକର୍ଡ। ୪୩୫ ସ୍କୋର କରି ଭାରତ ରେକର୍ଡ ସୃଷ୍ଟି କରିଛି। ବଳ ଦେଲା ସ୍ମୃତି ମନ୍ଧାନାଙ୍କ ଦ୍ରୁତତମ ଶତକ ଓ ପ୍ରତୀକା ରାୱଲଙ୍କ ପ୍ରଥମ ଶତକ। ଫଳରେ ଭାରତ ବୁଧବାର ରାଜକୋଟରେ ଆୟର୍ଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ମହିଳା ଦିନିକିଆରେ ୫୦ ଓଭର ଫର୍ମାଟରେ ସର୍ବାଧିକ ସ୍କୋର ୪୩୫/୫ ସଂଗ୍ରହ କରିପାରିଛି। ଅଧିନାୟିକା ସ୍ମୃତିଙ୍କ ଚମତ୍କାର ବ୍ୟାଟିଂ କରି ସେ ୮୦ ବଲ୍ ରେ ୧୩୫ ରନ୍ ସଂଗ୍ରହ କରିଥିଲେ। ଯାହା ଭାରତ ପାଇଁ ପ୍ରଥମ ଥର ପାଇଁ ୪୦୦ ରନ୍ ଅତିକ୍ରମ କରି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ସେହି ଏଲିଟ୍ ତାଲିକାରେ ସାମିଲ କରିଥିଲା।
ଏହା ମଧ୍ୟ ମହିଳା ଦିନିକିଆରେ ଚତୁର୍ଥ ସର୍ବାଧିକ ସ୍କୋର ଥିଲା ଏବଂ ସ୍ମୃତି ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହରମନପ୍ରୀତ କୌରଙ୍କ ୮୭ ବଲ୍ ଶତକ କୁ ମଧ୍ୟ ଅତିକ୍ରମ କରିଥିଲେ।