ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଚୀନରେ ଚାଲିଛି ଏସିଆନ ଗେମସ୍ । ମହିଳା କ୍ରିକେଟରେ ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ ପହଁଚିଛି । ଭାରତ ପକ୍ଷରୁ ପୂଜା ଭଷ୍ଟ୍ରାକର ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଓଭରରେ ସେ ଦୁଇଟି ଉଇକେଟ ନେଇ ବାଂଲାଦେଶକୁ ସମସ୍ୟାରେ ପକାଇ ଦେଇଥିଲେ ।  ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଦଳ ମାତ୍ର ୫୧ ରନରେ ସବୁ ୱିକେଟ୍ ହରାଇଥିଲା। ୧୭.୫ ଓଭରରେ ଦଳ ୫୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ବାଂଲାଦେଶର ୫୨ ରନର ଟାର୍ଗେଟକୁ ଭାରତ ୮.୨ ଓଭରରେ ୨ ୱିକେଟ ହରାଇ ସଂଗ୍ରହ କରିନେଇଥିଲା । ଭାରତ ପକ୍ଷରୁ ଜେମିମା ରୋଡ୍ରିଗସ ସର୍ବାଧିକ ୨୦ ରନରେ ଅପରାଜିତ ରହିଥିବା ବେଳେ ଓ ଶେଫାଲି ବର୍ମା ୧୭ ରନ କରିଥିଲେ । ଭାରତୀୟ ମହିଳା ଦଳ ଆସନ୍ତାକାଲି ଫାଇନାଲ ମ୍ୟାଚ୍ ଖେଳିବ। ଅନ୍ୟପକ୍ଷରେ ଭାରତକୁ ରୋଇଂ ବା ନୌଚାଳନାରେ ଆଉ ଦୁଇଟି ପଦକ ମିଳିଛି।