ପର୍ଥ ଟେଷ୍ଟରେ ବିଜୟୀ ହୋଇଛି ଭାରତ
ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ବର୍ଡର ଗାଭାସ୍କର ଟ୍ରଫିରେ ୧-୦ରେ ଭାରତ ଆଗୁଆ ରହିଛି। ଭାରତ-ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ବାଜିମାତ୍ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ଛିଡା କରିଥିଲା । ଯାହାକୁ ପୂରଣ କରିବା ଅସମ୍ଭବ ଥିଲା । ଏହି ବିଜୟ ସହ ଭାରତ ୧-୦ରେ ଆଗୁଆ ରହିଛି । ସିରିଜର ଦ୍ୱିତୀୟ ମ୍ୟାଚ ୬ ଡିସମ୍ବେରକୁ ଏଡିଲେଡରେ ଖେଳାଯିବ ।