ପାକିସ୍ତାନକୁ ୭ ଉଇକେଟରେ ହରାଇ ଜିତିଲା ଭାରତ
ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂରେ ଭାରତ ବିଜୟୀ ହୋଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନା କରିନପାରି ୧୯୧ ରନ୍ରେ ଅଲ୍ଆଉଟ ହୋଇଯାଇଥିଲା। ୧୯୨ ରନର ପିଛା କରୁଥିବା ଭାରତ ବିସ୍ଫୋରକ ଷ୍ଟାଇଲରେ ଇନିଂସ ଆରମ୍ଭ କରିଥିଲା। ଶୁବମନ ଗିଲ୍ ୧୧ ବଲରେ ୪ ଚୌକା ସହ ୧୬ ରନ କରିବା ପରେ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଯିବା ପରେ ରୋହିତ ଓ ବିରାଟ ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ଆଫ୍ରିଦିଙ୍କୁ ପ୍ରଥମ ଛକା ମାରିଥିବା ବେଳେ ମହମ୍ମଦ ନୱାଜଙ୍କୁ ଦ୍ୱିତୀୟ ଛକା ମାରିଥିଲେ। ଏହାପରେ ହାରିଶ ରୌଫଙ୍କ ଗୋଟିଏ ଓଭର୍ରେ ରୋହିତ ୨ଟି ଛକା ମାରିଥିଲେ। ତେବେ ବିରାଟ ବଡ଼ ଶଟ ଖେଳିବାକୁ ଯାଇ ହାସନ ଅଲୀଙ୍କ ବଲରେ ଆଉଟ ହୋଇଥିଲେ। ରୋହିତ ଶର୍ମା ୮୬ ରନ୍ କରିଥିବା ବେଳେ ଆଉଟ ହୋଇଥିଲେ। କେଏଲ ରାହୁଲ ୧୯ରନ କରିଥିଲେ । ଶ୍ରେୟସ ଆୟାର ୫୩ ରନ୍ କରିଥିଲେ । ପାକିସ୍ତାନ ଇଂନିସରେ ଗୋଟିଏ ବି ଛକା ଦେଖିବାକୁ ମିଳିନଥିଲା। ବାବର ୫୦ ରନ କରିଥିବା ବେଳେ ରିଜଓ୍ବାନ ୪୯, ଇମାମ ୩୬ ରନ୍ କରିଥିଲେ ।