ଶ୍ରୀଲଙ୍କା ୩୦୨ ରନ୍ରେ ପରାସ୍ତ
ମୁମ୍ବାଇ: ବିଶ୍ବକପ୍-୨୦୨୩ରେ ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ବିଶାଳ ବିଜୟ ହାସଲ କରିଛନ୍ତି। ବୋଲିଂରେ ମହମ୍ମଦ ସାମି ୫ଟି ଓ ମହମ୍ମଦ ସିରାଜ ୩ଟି ୱିକେଟ ଅକ୍ତିଆର କରିଛନ୍ତି।ଅଧିନାୟକ ରୋହିତ ଶର୍ମା ୨ଟି ବଲ୍ ସାମ୍ନା କରି ୪ରନ୍ ସଂଗ୍ରହ କରି ପାଭିଲିଅନ୍କୁ ଫେରିଯାଇଥିଲେ। ବିରାଟ କୋହଲି ୯୪ଟି ବଲ୍ ଖେଳି ୧୧ଟି ଚୌକା ସହାୟତାରେ ୮୮ ରନ୍ କରିଥିଲେ। ଶୁବମନ୍ ଗିଲ ୯୨ଟି ବଲ୍ରୁ ୧୧ଟି ଚୌକା ଓ ୨ଟି ଛକା ବଳରେ ୯୨ ରନ୍ କରି ଆଉଟ୍ ହୋଇଥିଲେ। ଯୁବ ବ୍ୟାଟର ଆୟର ବ୍ୟକ୍ତିଗତ ଭାବେ ୮୨ ରନ୍ କରିଥିଲେ। ସେ ୫୬ଟି ବଲ୍ରୁ ୩ଟି ଚୌକା ଓ ୬ଟି ଛକା ମାରିଥିଲେ। କେଏଲ୍ ରାହୁଲ ଦଳ ପାଇଁ ୨୧ ରନ୍ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ୧୨ ରନ୍ , ଅଲରାଉଣ୍ଡର ରବୀନ୍ଦ୍ର ଦାଜେଦା ୨୪ଟି ବଲ୍ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍ କରିଥିଲେ। ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶ୍ରୀଲଙ୍କାର ପ୍ରଥମ ୱିକେଟ ନେଇଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଡେଜା ଶେଷ ୱିକେଟ ନେଇଛନ୍ତି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୩୫୮ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୫୫ ରନ୍ରେ ଅଟକିଯାଇଛି। ଭାରତ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପହଞ୍ଚି ପାରିଛି। ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍ ହରାଇ ୩୫୭ ରନ୍ ସଂଗ୍ରହ କରିଥିଲା। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍ ବିଜୟ ପାଇଁ ୩୫୮ ରନ୍ର ଲକ୍ଷ୍ୟ ମିଳିଥିଲା।ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟର ପଥୁମ ନିଶଙ୍କା ପ୍ରଥମ ବଲରେ ଆଉଟ ହୋଇଥିଲେ। ସମରବିକ୍ରମା ମାତ୍ର ୧ ରନ୍ ସଂଗ୍ରହ କରିଥିବା ବେଳେ ଅନ୍ୟ ତିନି ଜଣ ବ୍ୟାଟର ଖାତା ଖୋଲିପାରି ନଥିଲେ। ସେହିପରି ସୁଶାନ ହେମନ୍ତ ଓ ଦୁଷ୍ମନ୍ତ ଚାମିରା ମଧ୍ୟ କୌଣସି ରନ୍ ନକରି ପାଭିଲିଅନ ଫେରିଯାଇଥିଲେ। ଶ୍ରୀଲଙ୍କାର ଏକମାତ୍ର ଖେଳାଳି କାସୁନ ରଜିତା ବ୍ୟକ୍ତିଗତ ଭାବେ ସର୍ବାଧିକ ୧୪ ରନ୍ ସଂଗ୍ରହ କରିଥିଲେ। ସେ ୧୭ଟି ବଲ୍ ଖେଳି ୨ଟି ଚୌକା ମାରିଥିଲେ। ସେହିପରି ଆଞ୍ଜେଲୋ ମାଥ୍ୟୁସ ୨୫ଟି ବଲ୍ ଖେଳି ଗୋଟିଏ ଚୌକା ସହାୟତାରେ ୧୨ ରନ୍ ଓ ମହେଶ ତୀକ୍ଷଣା ୨୩ଟି ବଲ୍ ସାମ୍ନା କରିଥିଲେ। ସେ ମଧ୍ୟ ୨ଟି ଚୌକା ସହାୟତାରେ ୧୨ ରନ୍ କରିପାରିଥିଲେ।