ପ୍ରଥମ ଦିନିକିଆ: ଭାରତ 3 ରନ୍ ରେ ବିଜୟୀ

ପ୍ରଥମ ଦିନିକିଆରେ ଓ୍ୱେଷ୍ଟଇଣ୍ଡିଜ୍ କୁ 3 ରନରେ ପରାସ୍ତ କରିଛି ଇଣ୍ଡିଆ । ଓ୍ବେଷ୍ଟ ଇଣ୍ଡିଜ ଆଗରେ ୩୦୯ ରନର ଟାର୍ଗେଟ ଥିବାବେଳେ ସିରାଜଙ୍କ ଶେଷ ଓଭରରେ 11 ରନ କରିଥିଲା ଓ୍ବେଷ୍ଟଇଣ୍ଡିଜ । ୱେଷ୍ଟଇଣ୍ଡିଜ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୫୦ ଓଭର ଖେଳି ୭ ଓ୍ୱିକେଟ ବିନିମୟରେ ୩୦୮ ରନ କରିଥିଲା ।

ଶୁବମାନ ଗିଲ ୫୩ ବଲ୍‌ରେ ୬୪ ରନ୍ କରିଥିଲେ। ଯାହା ଭିତରେ ୨ଟି ଆକର୍ଷଣୀୟ ଛକା ଓ ୬ଟି ଚୌକା ରହିଥିଲା। ସେହିପରି ଧାଓ୍ୱନ ୯୭ ରନ୍‌ରେ ସେ କ୍ୟାଚ୍ ଆଉଟ ହୋଇଥିଲେ। ଶ୍ରେୟସ ଆୟର ଅର୍ଦ୍ଧଶତକ କରି ଆଉଟ ହୋଇଥିଲେ। ସେ ୫୭ ବଲ୍‌ରେ ୫୪ ରନ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୧୩ ରନ, ସଞ୍ଜୁ ସାମସନ୧୨ ରନ୍‌, ଅକ୍ଷର ପଟେଲ ୨୧ ରନ୍, ଦୀପକ ହୁଦା ୨୭ ରନରେ  ଆଉଟ୍ ହୋଇଥିଲେ।  ଶାର୍ଦୁଳ ଠାକୁର ୭ ଓ ମହମ୍ମଦ ସିରାଜ ୧ ରନ୍ କରି ଅପରାଜିତ ଥିଲେ।

୩୦୯ ରନର ଟାର୍ଗେଟ ପିଛା କରି ୧୬ ରନ୍‌ରେ ଶାଇ ହୋପ ଆଉଟ ହୋଇଥିଲେ । କାଇଲ ମାୟର୍ସ ୭୫ରନ ଓ ଶମରହ ବ୍ରୁକ୍ସ ୪୬ ରନ୍ କରିଥିଲେ । ବ୍ରେଣ୍ଡନ କିଙ୍ଗ ୫୪ ରନ୍ ଓ ଅଧିନାୟକ ନିକୋଲସ ପୂରନ ୨୫ ରନ କରି ଦଳକୁ ବିଜୟ ଦେବା ପାଇଁ ଆଗେଇ ଚାଲିଥିଲେ । ପୂରନ ୨୫ ରନ କରି ଆଉଟ ହେବା ପରେ ରୋଭମନ ପାୱେଲ ୬ ଆଉଟ ହୋଇଥିଲେ । ହୋସେନ ୩୨ ବଲରେ ୩୨ ଓ ଶେଫର୍ଡ ୨୫ ବଲରେ ୩୯ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ ମଧ୍ୟ ଇଣ୍ଡିଜ୍‌ ଟିମ୍‌ କୁ ବିଜୟ ଦେଇପାରିନଥିଲେ । ଶେଷ ଓଭରରେ ଜିତିବା ପାଇଁ 15 ରନ ଦରକାର ଥିବା ବେଳେ 11 ରନ କରିଥିଲା ଦଳ