ଭାରତ-ଆୟର୍ଲାଣ୍ଡକୁ ହରାଇ ସେମିଫାଇନାଲରେ ପହଁଚିଲା

କେପଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନରେ  ଭାରତ ଓ ଆୟର୍ଲାଣ୍ଡକୁ 5 ରନରେ ହରାଇଦେଇଛି ।   ପ୍ରଥମ ଦୁଇ ମ୍ୟାଚ ଜିତିବା ପରେ ତୃତୀୟ ମୁକାବିଲାରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା ଭାରତ । ଆଜି ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଜିତି ସେମିଫାଇନାଲରେ ପହଁଚିଛି ।

ଭାରତ ପ୍ରଥମେ ବ୍ୟାଟିଂ କରି 6 ଉଇକେଟ ହରାଇ 155 ରନ କରିଥିଲା । ସ୍ମୃତି ମନ୍ଧାନା 87 ରନ କରି ଆଉଟ ହୋଇଥିଲେ । ଆୟରଲ୍ୟାଣ୍ଡ 2 ଉଇକେଟ ହରାଇ 54 ରନ କରିଥିଲା । ଡିଏଲଏସ ମେଥଡରେ ଜିତିଛି ଭାରତ ମହିଳା ଟିମ । ବର୍ଷା ପାଇଁ 8.2 ଓଭରରେ ମ୍ୟାଚ ବନ୍ଦ ରହିଥିଲା । ଟ୍ବେଣ୍ଟି ବିଶ୍ବକପରେ ଭାରତର ଏହା ଶେଷ ଗ୍ରୁପ ମ୍ୟାଚ ଥିଲା । ଅନ୍ୟପଟେ ଲଗାତାର ୩ଟି ମ୍ୟାଚ ହାରିବା ପରେ ସେମି ଦୌଡରୁ ଆୟର୍ଲାଣ୍ଡ ବାଦ ପଡିଛି ।