ଦ୍ବିତୀୟ ଟି-୨୦ ମ୍ୟାଚରେ ପରାସ୍ତ ହେଲା ଭାରତ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚରେ ଭାରତ ୩ ୱିକଟରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୧୨୪ ରନ ସ୍କୋର କରିଥିଲା। ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିବା ସଞ୍ଜୁ ସାମସନ ଏ ମ୍ୟାଚରେ ଖାତା ଖୋଲି ପାରିନଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୩୯ ରନ ବଳରେ ଭାରତ ୧୨୪ ରନ୍ କରିଥିଲା। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୨୪ ରନ କରିଥିଲା। ତେବେ ମ୍ୟା ଚି ଜିତି ସିରିଜରେ ବରାବର କରିବାରେ ସଫଳ ହୋଇଛି ଦକ୍ଷିଣ ଆଫ୍ରିକା।