ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ

ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ ।  ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବେ ଉଭୟ ଦଳ । ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ । ୩ଟିକିଆ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିବାବେଳେ ଦ୍ବିତୀୟ ଦିନିକିଆରେ ସହଜ ବିଜୟ ହାସଲ କରିଥିଲା ଓ୍ବେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଜିତିବାକୁ ଭାରତ ପ୍ରସ୍ତୁତ ଥିବା ରୋହିତ କହିଛନ୍ତି । ସଂପ୍ରତି ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ଥିବାରୁ ଉଭୟ ଦଳ ଏହି ମ୍ୟାଚ୍‌ ଜିତି ଶୃଙ୍ଖଳା କରାୟତ୍ତ କରିବାକୁ ଚେଷ୍ଟା କରିବେ।  ଦ୍ବିତୀୟ ଦିନିକିଆ ପରାଜୟ ପରେ ଭାରତର ବିଶ୍ବକପ୍‌ ପ୍ରସ୍ତୁତି ନେଇ ପ୍ରଶ୍ନ ଉଠିଥିଲା। ଶେ‌ଷ ଦିନିକିଆ ଜିତି ସମାଲୋଚକଙ୍କୁ ଉଚିତ ଜବାବ ଦେବାକୁ ଚାହିବ ଭାରତ। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ପ୍ରଦର୍ଶନ ପାଇଁ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଆଜି ମ୍ୟାଚରେ ପୂର୍ବ ଦୋଷକୁ ସୁଧାରି ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।