ଆସନ୍ତାକାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍

ଆସନ୍ତାକାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍ ଆରମ୍ଭ ହେବ ।  ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ୍ ସିରିଜ୍ ଏଥର କାହାର ହେବ ସେ ନେଇ ସୋସିଆଲ ମିଡିଆରେ ୟୁଜରମାନେ ନାନା ମତ ରଖୁଛନ୍ତି । କାରଣ ଏଥର ଭାରତୀୟ ଦଳରେ ବହୁ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ସିରିଜରେ କେ ଏଲ ରାହୁଲ ଦଳର ନେତୃତ୍ୱ ନେବେ। ଦିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂହଙ୍କ ଭଳି ଯୁବ ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରାଯାଇଛି। ସେମାନେ ଏବେ ଭଲ ଫର୍ମରେ ଥିବାବେଳେ ଦକ୍ଷିଣ ଆଫ୍ରିକୀୟ ବୋଲିଂ ସାମ୍ନାରେ ସୁନ୍ଦର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।