ଆଜି ଭାରତ-ପାକିସ୍ତାନ ଲଢ଼େଇ: କିଏ ମାରିବ ବାଜି !

ଆଜି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକସ୍ତାନକୁ ଭେଟିବ ଭାରତ। ଅନ୍ୟତମ ଟ୍ରଫି ଦାବିଦାର ଭାବେ ଭାରତ ଏହି ପ୍ରତିଯୋଗିତାକୁ ଯାଇଥିବା ବେଳେ ହର୍ମନପ୍ରୀତ କୌରଙ୍କ ଦଳକୁ ନିଜ ଅଭିଯାନ ଟ୍ରାକ୍‌ରେ ରଖିବା ଲାଗି ପାକିସ୍ତାନକୁ ହରାଇବା ନିହାତି ଦରକାର । ଆଜିର ମ୍ୟାଚ କର ବା ମର ଭଳି । ଆଜି ଯଦି ଭାରତ ହାରେ ତେବେ ଭାରତ ପାଇଁ ବିପଦ ହେବ ।  ତେବେ ପାକିସ୍ତାନ ତୁଳନାତ୍ମକ ଭାବେ ଅଧିକ ଶକ୍ତିଶାଳୀ ଶ୍ରୀଲଙ୍କାକୁ ୩୧ ରନ୍‌ରେ ହରାଇ ତାର ଅଭିଯାନ ଆତ୍ମବିଶ୍ବାସର ସହ ଆରମ୍ଭ କରିଥିବା ବେଳେ ଭାରତ ନ୍ୟୁଜିଲାଣ୍ଡଠାରୁ ହାରିଯାଇଛି ।  ଭାରତ ପାଇଁ ଆଜିର ମ୍ୟାଚ୍ ସେତେଟା ସହଜ ହେବନି ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି। ଏଣୁ ଅପରାହ୍ଣ ୩ଟା ୩୦ରୁ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତ ପାଇଁ ଚ୍ୟାଲେଞ୍ଜ ହୋଇଛି। ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଭାରତ ଗ୍ରୁପ୍-‘ଏ’ର ଚତୁର୍ଥ ସ୍ଥାନରେ ଥିଲା ବେଳେ ରନ୍ ରେଟ୍ -୨.୯୦ରେ ପହଞ୍ଚିଯାଇଛି। ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ୫୮ ରନ୍‌ର ପରାଜୟ ପରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଆଜି ପାକିସ୍ତାନ ସହ ଖେଳିବ ।