ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ୪-୦ରେ ପରାସ୍ତ କଲା ଭାରତ

ଚେନ୍ନାଇ : ‌ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ଶେଷ ଲିଗ୍‌ ମ୍ୟାଚ୍‌ରେ  ୪-୦ ଗୋଲ୍‌ରେ ପାକିସ୍ତାନକୁ ମାତ୍‌ ଦେଇଛି। ସେମିଫାଇନାଲ୍‌ରେ ଭାରତ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଜାପାନ କୁ ଭେଟିବ। ଅନ୍ୟ ଏକ ସେମିଫାଇନାଲ୍‌ରେ ଦ୍ବିତୀୟ ସ୍ଥାନରେ ଥିବା ମାଲେସିଆ  ଓ କ‌ୋରିଆ  ମୁହାଁମୁହିଁ ହେବେ।

ବୁଧବାର ଖେଳାଯାଇଥିବା ଅନ୍ୟ ଦୁଇ ମ୍ୟାଚ୍‌ରେ ଜାପାନ ୨-୧ ଗ‌ୋଲ୍‌ରେ ଚୀନ୍‌କୁ ଏବଂ ମାଲେସିଆ ୧-୦ ଗୋଲ୍‌ରେ କୋରିଆକୁ ପରାସ୍ତ କରିଥିଲା। ଜାପାନ, କୋରିଆ ଓ ପାକିସ୍ତାନ ସମାନ ୫ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ପାକିସ୍ତାନ ପଛରେ ପଡ଼ି ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା। କ‌ୋରିଆ ଓ ଜାପାନ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ସହ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଏବେ ପାକିସ୍ତାନ ପଞ୍ଚମ ସ୍ଥାନ ପାଇଁ ଚୀନ୍‌ ସହ ଲଢ଼େଇ କରିବ।