ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦରେ ଖେଳାଯିବ । ଶ୍ରୀଲକ୍ଷା ବିପକ୍ଷ ସିରିଜ୍ ୩-୦ରେ ବିଜୟୀ ହୋଇଥିବାରୁ ଭାରତୀୟ ଖେଳାଳଳିଙ୍କ ମନୋବଳ ଦୃଢ ରହିଛି । ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।
ହେଲେ ଭାରତୀୟ ଖେଳାଳିଙ୍କ ବ୍ୟାଟିଂ ଉପରେ ନଜର ରହିବ । କାରଣ ଆହତ ପାଇଁ ସିରିଜରୁ ବାଦ ପଡ଼ିଛନ୍ତି ଶ୍ରେୟସ୍ ଆୟର । ତାଙ୍କ ସ୍ଥାନରେ ରଜତ ପଟିଦାରଙ୍କୁ ସାମିଲ କରାଯାଇଛି । କେଏଲ୍ ରାହୁଲ ମଧ୍ୟ ବ୍ୟକ୍ତିଗତ କାରଣରୁ ଓହରି ଯାଇଛନ୍ତି । ତେଣୁ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନିଶ୍ଚିବ । ସେହିପରି କେନ୍ ୱିଲିୟମସନ୍ ଓ ଟିମ୍ ସାଉଦିଙ୍କ ବିନା ଖେଳିବ ନ୍ୟିୁଜିଲାଣ୍ଡ ଦଳ । ଟିମ୍ ଲାଥମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ପଡ଼ିଆକୁ ଓହ୍ଲାଇବ । ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାକୁ ୩-୦ରେ ଜିତିଲେ ଭାରତ ଆଇସିସି ଦିନିକିଆ ମାନ୍ୟତାରେ ଏକ ନମ୍ବର ହୋଇଯିବ । ଆଉ ଯଦି ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଜିତିନିଏ ଏବଂ ଅଷ୍ଟ୍ରେଲିଆକୁ ଟେଷ୍ଟ୍‌ ଶୃଙ୍ଖଳାରେ ୨-୦ କିମ୍ବା ୩-୧ରେ ପରାସ୍ତ କରେ ତାହାଲେ ସବୁ ଫର୍ମାଟ୍‌ରେ ଏକ ନମ୍ବର ମାନ୍ୟତା ହାସଲ କରିବ ।