ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଲକ୍ଷ୍ନୌ: ବିଶ୍ବକପ୍ ରେ ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ। ଏଥିରେ ଗୋଟିଏ ମାତ୍ର ମ୍ୟାଚ ଜିତିଛି ଇଂଲଣ୍ଡ ।  ଭାରତ ପାଞ୍ଚଟି ମ୍ୟାଚ ଜିତିଛି ।  ଏକମାତ୍ର ଅପରାଜେୟ ଦଳ ଭାରତକୁ ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀ ଷ୍ଟାଡିୟମ୍‌ରେ ହରାଇବାକୁ ଚାହିଁବ ଇଂଲଣ୍ଡ  । ଆଜି ହାରିଲେ ବିଶ୍ବକପ୍ ଅଭିଯାନ ଶେଷ ହେବ ଇଂଲଣ୍ଡର ।  ୫ ମ୍ୟାଚ୍‌ରୁ ୪ଟି ପରାଜୟ ପରେ ସେମିଫାଇନାଲ୍ ଦୌଡ଼ରୁ ଆପାତତଃ ବାଦ୍ ପଡ଼ିସାରିଥିବାରୁ ଶେଷ କେତୋଟି ମ୍ୟାଚ୍ ଜିତି ଲଜ୍ଜାଜନକ ବିଦାୟ ଏଡ଼ାଇବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଲଗାତାର ପାଞ୍ଚଟି ମ୍ୟାଚ୍‌ ଜିତିବାର ଆତ୍ମବିଶ୍ବାସ ଏବଂ ଘରୋଇ ପରିବେଶରେ ଖେଳିବାର ଅତିରିକ୍ତ ଉତ୍ସାହ ନେଇ ଲଗାତାର ଷଷ୍ଠ ବିଜୟ ହାସଲ କରିବା ଆଶାରେ ରହିବ ରୋହିତ ବାହିନୀ।