ଭାରତ-ବାଂଲାଦେଶ ଲଢ଼େଇ ଆଜି
ପୁଣେ: ବିଶ୍ବକପ୍ରେ ଭାରତ ଆଜି ବାଂଲାଦେଶ ସହ ମୁକାବିଲା କରିବ । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରିଛି ରୋହିତ ଶର୍ମାଙ୍କ ଦଳ । ବିଶ୍ବକପ୍ ଇତିହାସରେ ଭାରତ ୩-୧ରେ ଆଗୁଆ ରହିଥିବା ବେଳେ ସାକିବ୍ ଆଲ୍ ହାସନ୍ଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇବ ବୋଲି ଆଶା ରଖିଛି। ୨୦୦୭ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ରେ ବାଂଲାଦେଶ ପ୍ରଥମ ଭେଟରେ ଭାରତକୁ ହରାଇ ଦେଇଥିଲେ ମଧ୍ୟ ପରବର୍ତ୍ତୀ ୩ ସଂସ୍କରଣରେ ୨୦୧୧, ୨୦୧୫, ୨୦୧୯ରେ ପରାଜୟ ବରଣ କରିଥିଲା। ବିଗତ ୧୨ ମାସ ଭିତରେ ଖେଳାଯାଇଥିବା ୪ ମୁକାବିଲାରୁ ବାଂଲାଦେଶ ୩ଟି ଜିତିଥିବାରୁ ଏଥିରୁ ରୋହିତବାହିନୀଙ୍କୁ ସତର୍କ ରହି ଖେଳିବାକୁ ପଡ଼ିବ ।