ଭାରତ-ଅଷ୍ଟ୍ରେଲିଆ ମୁକାବିଲା

ଚେନ୍ନାଇ: ଆଜି ଚେନ୍ନାଇ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଘରୋଇ ଟିମ୍ ଭାରତ । ଅପରାହ୍ଣ ୨ଟାରୁ ଆରମ୍ଭ ହେବ ଖେଳ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଭାରତର ଓପନର ଶୁଭମନ ଗିଲ୍ ପ୍ରଥମ ମ୍ୟାଚରୁ ବାଦ ପଡ଼ିପାରନ୍ତି । ଗିଲଙ୍କୁ ଡେଙ୍ଗୁ ହୋଇଥିବାବେଳେ ସେ ଖେଳିବେ କି ନାହିଁ ତାହା ନିଶ୍ଚିତ ହୋଇନାହିଁ । ଯଦି ଗିଲ ନଖେଳନ୍ତି ତେବେ ତାଙ୍କ ବଦଳରେ ଇଶାନ କିଷନ ରୋହିତଙ୍କ ସହିତ ଓପନିଂ କରିପାରନ୍ତି । ଟିମରେ ବିରାଟ କୋହଲି, ଶ୍ରେୟସ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦନ ଅଶ୍ବିନୀ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିପାରେ । କୋହଲିଙ୍କ ସହିତ, ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ବିନ ସମ୍ଭବତଃ ସେମାନଙ୍କ ଶେଷ ବିଶ୍ବକପ୍‌ ଖେଳିବାକୁ ଯାଉଥିବାରୁ ଟ୍ରଫି ଜିତିବା ସବୁଠୁ ବଡ଼ ଲକ୍ଷ୍ୟ ରହିବ। ଭାରତୀୟ ପିଚ୍‌ ସ୍ପିନରଙ୍କୁ ସୁହାଉଥିବା କୁହାଯାଉଛି। ତାହାର ବଡ଼ ଉଦାହରଣ ଚେନ୍ନାଇରେ ଦେଖିବାକୁ ମିଳିବ। ଭାରତ ତିନି ଜଣ ସ୍ପିନରଙ୍କୁ ନେଇ ଖେଳିବାକୁ ଯାଉଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି। ତେଣୁ ସ୍ଥାନୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ଦିନିକିଆ କ୍ରିକେଟ୍‌ରେ ନୂଆ ଦିଗ ପାଇବା ପାଇଁ ଭଲ ସୁଯୋଗ ରହିବ। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଦେଜା ଅନ୍ୟତମ ସ୍ପିନର ଭାବେ ଦଳରେ ରହିପାରନ୍ତି। ତେଣୁ ଭାରତ ଦୁଇ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜଙ୍କୁ ନେଇ ଖେଳିପାରେ। ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ଦ୍ରୁତ ବୋଲର ଭାବେ ସହୟତା ଦେବେ।

ସେହିପରି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ସ୍ପିନ କ୍ରମରେ ଆଦାମ ଜାମ୍ପା ଭାରତୀୟ ଶୀର୍ଷ କ୍ରମକୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଅଷ୍ଟ୍ରେଲିଆ ଦଳ ଅତ୍ୟଧିକ ଧଳାବଲ୍‌ କ୍ରିକେଟ୍‌ ଚଳିତ ବର୍ଷ ଖେଳିସାରିଛି। ଅଷ୍ଟ୍ରେଲିଆ ଅପେକ୍ଷା ଭାରତରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଅଭିଜ୍ଞତା ଅଧିକ ରହିଛି। ତେଣୁ ଭାରତୀୟ ସ୍ପିନ ଆକ୍ରମଣକୁ ପ୍ରତିହତ କରିବାକୁ ଆମ ପାଖରେ ଭଲ ରଣନୀତି ରହିଥିବା ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ କହିଛନ୍ତି।