ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦
ଥିରୁଅନନ୍ତପୁରମ୍: ଥିରୁଅନନ୍ତପୁରମ୍ର ଗ୍ରିନ୍ଫିଲ୍ଡ ଷ୍ଟାଡିୟମ୍ରେ ଆଜି ଭାରତ ଅଷ୍ଟ୍ରେଲିଆ ଦ୍ବିତୀୟ ଟ୍ବେଣ୍ଟି-୨୦ । ସନ୍ଧ୍ୟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ପ୍ରଥମ ମ୍ୟାଚରେ । ଈଶାନ ଓ ସୂର୍ଯ୍ୟ ରନ୍ ବର୍ଷା କରି ଭାରତକୁ ବିଜୟ ଦ୍ବାର ନିକଟରେ ପହଞ୍ଚାଇଥିଲେ। ଅନ୍ୟପକ୍ଷରେ ରିଙ୍କୁ ସିଂହ, ଯଶସ୍ବୀ ଜୟସ୍ବାଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ କରିଥିଲା। କେବଳ ଋତୁରାଜ ଗାଏକ୍ବାଡ ଦୁର୍ଭାଗ୍ୟବସତଃ ରନ୍ଆଉଟ୍ ହୋଇଯାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍ ଇଂଲିସ ଓ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ହିଁ ଭାରତୀୟ ବୋଲରଙ୍କୁ ଖେଳିପାରିଥିଲେ। ସ୍ମିଥ୍ ତାଙ୍କ ସ୍ଥାନ ବଦଳାଇ ପାଳି ଆରମ୍ଭ କରିବାକୁ ଆସିଥିଲେ। ପ୍ରଥମ ମ୍ୟାଚ୍ରେ ବିଶ୍ବକପ୍ ଦଳର ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଥିଲା। କେବଳ ସ୍ମିଥ୍ ଓ ଇଂଲିଶ ଏକାଦଶରେ ଖେଳିଥିଲେ। ତେଣୁ ଦ୍ବିତୀୟ ମ୍ୟାଚ୍ରେ ଭ୍ରମଣକାରୀ ଦଳ କିଛିଟା ପରିବର୍ତ୍ତନ କରିପାରେ।