ଭାରତ-ପାକିସ୍ତାନ ମୁକାବିଲା ଆଜି
ଦୁବାଇରେ ହେବ ବିଶ୍ୱ କ୍ରିକେଟର ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମହାମୁକାବିଲା । ମ୍ୟାଚ ଦେଖିବାକୁ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁନଥିବା ଉତ୍ସାହ । ଚାମ୍ପିୟନ୍ସ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରବିବାର ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଭାରତ ପ୍ରଥମରୁ ବାଂଲାଦେଶକୁ ହରାଇ ଦୃଢ଼ ସ୍ଥିତିରେ ଥିବାବେଳେ ନ୍ୟୁଜିଲାଣ୍ଡଠାରୁ ମ୍ୟାଚରେ ପରାଜିତ ହୋଇ ବ୍ୟାକଫୁଟରେ ରହିଛି ପାକିସ୍ତାନ।
ଆଉ ଥରେ ପାକିସ୍ତାନକୁ ଧୂଳି ଚଟାଇବାକୁ ରୋହିତ ବାହିନୀ ପ୍ରସ୍ତୁତ ଥିବାବେଳେ ଶନିବାର ଲାହୋର ଗଦ୍ଦାଫି ଷ୍ଟାଡିୟମରେ ଭାରତର ଜାତୀୟ ସଙ୍ଗୀତ ବାଜିବାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଆରମ୍ଭରୁ ଖେଳାଳିମାନେ ଜାତୀୟ ସଙ୍ଗୀତ ପାଇଁ ମଇଦାନରେ ଠିଆ ହୋଇଥିବାବେଳେ, ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ପରିବର୍ତ୍ତେ ଭୁଲରେ ଆୟୋଜକମାନେ ବଜାଇଥିଲେ ଭାରତର ଜାତୀୟ ସଙ୍ଗୀତ ।